ତୁଳସୀ ପାହାଡ଼ରେ ବଡ଼ଧରଣର ମାଓ କ୍ୟାମ୍ପ ଠାବ, ବିପୁଳ ପରିମାଣର ମାଓ ବିସ୍ଫୋରକ ସାମଗ୍ରୀ ଜବତ

ମାଲକାନଗିରି (କେନ୍ୟୁଜ): ମାଲକାନଗିରି ତୁଳସୀ ପାହାଡ଼ରେ ବଡ଼ଧରଣର ମାଓ କ୍ୟାମ୍ପ ଠାବ। ଗତକାଲି ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ପୋଲିସ ଅପରେସନରେ କିଛି କ୍ୟାଡର ମାଓବାଦୀ ଅଳ୍ପକେ ଖସିଯାଇଥିଲେ। ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ଗତ ମଙ୍ଗଳବାର ଏଠାରେ ମାଓ କ୍ୟାମ୍ପ ଚାଲିଥିବା ନେଇ DVF ଓ SOG ଯବାନ ସର୍ଚ୍ଚ ଅପରେସନ୍‌ କରିଥିଲେ। ପୋଲିସ ଗୁଳିରେ ୨ଜଣ ମହିଳାଙ୍କ ସମେତ ୩ ମାଓବାଦୀ ନିହତ ହୋଇଥିଲେ। ତା ପରଠାରୁ ସେଠାରେ ପୋଲିସ ଅପରେସନ ଜାରି ରହିଛି

ସେପଟେ ପୋଲିସର କଡ଼ା ପ୍ରହରା ମାଓମୁକାବିଲା ଋଣନିତୀ ଦିନକୁ ଦିନ ସଫଳ ହେବାରେ ଲାଗିଛି । ନିକଟରେ ମାଓବାଦୀଙ୍କ ଦୁର୍ଗ ଭୁସୁଡ଼ାଇବାରେ ସଫଳ ହେବାରେ ଲାଗିଛି ପୋଲିସ । ମାଓ ଗତିବିଧି ଉପରେ ନଜର ରଖିବା ସହ ଅନେକ ଉପାନ୍ତ ଅଞ୍ଚଳରେ ମାଓବାଦୀଙ୍କୁ ନିପାତ କରିବାରେ କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁଛି ପୋଲିସ । ତେବେ ଏବେ ମଧ୍ୟ ତୁଳସୀ ପାହାଡ଼ରେ ମାଓବାଦୀଙ୍କ ସହ ସୁରକ୍ଷାକର୍ମୀଙ୍କ ଗୁଳିବିନିମୟ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.