Below header

ଜୁଲାଇ ୧୩ରୁ ଶ୍ରୀମନ୍ଦିରରେ ହେବ ଲେଜର ସ୍କାନିଂ, ଗର୍ଭଗୃହର ହେବ ଯାଞ୍ଚ୍

ପୁରୀ(କେନ୍ୟୁଜ୍): ଜୁଲାଇ ୧୩ରେ ଆରମ୍ଭ ହେବ ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ । ଆଜି ଏଏସଆଇ ସୁପେରିଟେଣ୍ଡ ଅରୁଣ ମଲ୍ଲିକଙ୍କ ନେତୃତ୍ୱରେ ୫ ଜଣିଆ ବିଶେଷଜ୍ଞ ଟିମ୍‌ ଶ୍ରୀମନ୍ଦିର ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଗତକାଲି ଶ୍ରୀମନ୍ଦିର ବୈଷୟିକ କୋର କମିଟି ସ୍ଥିତି ଅନୁଧ୍ୟାନ କରିସାରିଛନ୍ତି । ରଥଯାତ୍ରା ସମୟରେ ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ ସହ ଲେଜର ସ୍କାନିଂ କରାଯିବ । ଏହାସହ ସେ ସବୁର ଡକୁମେଣ୍ଟେସନ ହେବ । ସେପଟେ ରଥଯାତ୍ରା ପରଦିନଠୁ ଆରମ୍ଭ ହେବ ରୁପାଦ୍ୱାର ଲଗାଯିବା କାର୍ଯ୍ୟ । ୩ ପ୍ରମୁଖ ଦ୍ୱାର କଳାହାଟ, ବେହରଣ ଓ ଜୟ ବିଜୟ ଦ୍ୱାର ସହ ଭଣ୍ଡାର ଦ୍ୱାରକୁ ରୁପା ଛାଉଣୀ କରାଯିବ । ନୀଳାଦ୍ରି ଭକ୍ତନିବାସରେ ବର୍ମାଟିକ କାଠରେ ଦ୍ୱାର ନିର୍ମାଣ ଶେଷ ହୋଇଛି ।

ଷ୍ଟିଲ ଫ୍ରେମରେ ରୁପା ଛାଉଣୀ କରାଯାଇ ଦ୍ୱାର ଉପରେ ବାଡ଼ିଆ ଯିବ । ଏଏସଆଇ ବିଶେଷଜ୍ଞମାନେ ଅନୁଧ୍ୟାନ କରିବା ପରେ କାର୍ଯ୍ୟର ଅଗ୍ରଗତି ହେବ । ବାହାର କାଠ ନିକଟରେ ଏକ ସ୍ୱତନ୍ତ୍ର ଅସ୍ଥାୟୀ ଘର ନିର୍ମାଣ କରାଯାଇ ଶ୍ରୀବିଗ୍ରହଙ୍କ ସହ ରହୁଥିବା ମୂର୍ତିକୁ ସିଂହାସନରୁ ଆଣି ପୂଜାର୍ଚ୍ଚନା କରାଯିବ । ପୁଣି ମହାପ୍ରଭୁ ନିଳାଦ୍ରୀବିଜେ ପରେ ରତ୍ନବେଦୀରେ ବିରାଜମାନ କରିବେ । ତେଣୁ ଏହି ସମୟରେ ମହାପ୍ରଭୁ ଗୁଣ୍ଡିଚା ଘରେ ଥିବାରୁ ଗର୍ଭଗୃହ ଯାଞ୍ଚ ସହ ରୁପାଦ୍ୱାର ଲଗାଯିବ । ଏନେଇ ସେବାୟତଙ୍କ ପକ୍ଷରୁ ତଦାରଖ ପାଇଁ ଏକ ଟିମ୍‌ ଗଠନ ହୋଇଛି । ଗତକାଲି ମଧ୍ୟ ୧.୨ ଟନ ରୁପା ଆସି ପହଞ୍ଚିିଥିବା ବେଳେ ସମୁଦାୟ ୨ ଟନ୍‌ ରୁପାର ଆବଶ୍ୟକ ରହିଛି । ତେଣୁ ଏଏସଆଇର ସହଯୋଗରେ ଏସବୁ କରାଯିବ ବୋଲି କହିଛନ୍ତି ଏଏସଆଇ ଅଧିକାରୀ ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.