ଆଜି ରାତି ୧୧ଟା ଯାଏ ଖୋଲା ଶ୍ରୀମନ୍ଦିର, ଲଷ୍ମୀନୃସିଂହ ବେଶରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଭକ୍ତ

ପୁରୀ(କେନ୍ଯୁଜ୍): ଆଜି ରାତି ୧୧ଟା ଯାଏ ଖୋଲା ରହିବ ଶ୍ରୀମନ୍ଦିର । ପବିତ୍ର ପଞ୍ଚକ ପାଇଁ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ପଞ୍ଚକରେ ବିଭିନ୍ନ ବେଶ ଧାରଣ କରୁଛନ୍ତ ମହାପ୍ରଭୁ ।  ଶ୍ରୀଜିଉଙ୍କ ବେଶ ଦେଖିବାକୁ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଜମୁଛି। ଏହାକୁ ଦୃଷ୍ଟିରେ ରଖି ଦର୍ଶନ ଅବଧି ବୃଦ୍ଧି କରାଯାଇଛି। ଆଜି ପଞ୍ଚକର ଚତୁର୍ଥ ଦିନରେ ଲଷ୍ମୀନୃସିଂହ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ।

ପୂବରୁ ସକାଳ ୭ଟାରୁ ରାତି ୯ଟା ଯାଏ ଦର୍ଶନ ଅନୁମତି ରହିଥିଲା । କିନ୍ତୁ ପଞ୍ଚକରେ ରାତି ୧୧ଟା ଯାଏ ଖୋଲା ରହିବ ଶ୍ରୀମନ୍ଦିର । ଗତକାଲି ଏନେଇ ଏସ୍‌ଓପି ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ । ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମାରେ ବନ୍ଦ ରହିବ ଶ୍ରୀମନ୍ଦିୀର । କାଲି ରତ୍ନସିଂହାସନରେ ମହାପ୍ରଭୁଙ୍କ ରାଜରାଜେଶ୍ୱର ବା ସୁନାବେଶ ଅନୁଷ୍ଠିତ ହେବ । ଠାକୁରଙ୍କ ସୁନାବେଶ ଦର୍ଶନରୁ ମଧ୍ୟ ବଂଚିତ ହେବେ।

ଅତ୍ୟଧିକ ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୋମବାର ଓ ଶୁକ୍ରବାର ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ରହିଥିବା ବେଳେ ଅନ୍ୟ ତିନିଦିନ ଭକ୍ତମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କ ବାଙ୍କଚୁଡା, ଡାଳିକିଆ ଓ ଲଷ୍ମୀନୃସିଂହ ବେଶ ଦର୍ଶନ କରିପାରିଛନ୍ତି। ପଞ୍ଚକ ପାଞ୍ଚଦିନ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ଟ୍ରାଫିକ ନିୟନ୍ତ୍ରଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.