ଢେଙ୍କାନାଳ କପିଳାସ ଅଭୟାରଣ୍ୟରୁ ବାଘ ଛାଲ ଓ କଟା ମୁଣ୍ଡ ଜବତ, ଶିକ୍ଷକ ଗିରଫ

ଢେଙ୍କାନାଳ : ଶିକ୍ଷକ ନା ଶିକାରୀ । ବନ୍ୟ ଜନ୍ତୁ ଶିକାର କରି ଶିକ୍ଷକ ଗିରଫ । ଢେଙ୍କାନାଳ କପିଳାସ ଅଭୟାରଣ୍ୟରୁ ବାଘ ଛାଲ ଓ କଟା ମୁଣ୍ଡ ଜବତ । ଦୁଇଟି କଲାରାପତରିଆ ବାଘ ଛାଲ ଜବତ ହୋଇଛି । ଏହା ସହ ଗୋଟିଏ ହରିଣ ଛାଲ ଓ ଗୋଟିଏ ହାତୀ ଦାନ୍ତ ମଧ୍ୟ ଜବତ କରାଯାଇଛି ।

ବାର୍‌ହା ଦାନ୍ତ, ନଖ, ଭାଲୁ ନଖ, କଇଁଛ ଖୋଳପା ଇତ୍ୟାଦି ଜବତ କରାଯାଇଛି । ଏହି ଘଟଣାରେ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବନ ବିଭାଗ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଶିକ୍ଷକ ଅଛନ୍ତି । ତାଙ୍କ ନାଁ ନରେନ୍ଦ୍ର କୁମାର ଦିଗି । ସୋରିଷିଆପଦା ଜମୁନାନାଳୀର ନରେନ୍ଦ୍ର ଶାଳଗାଁର ଶିକ୍ଷକ ଅଛନ୍ତି । ଏହା ସହ କଳସପୁର ଗାଁର ଅନନ୍ତ ମୁର୍ମୁ ଓ ଲକ୍ଷ୍ମଣ ମୁର୍ମୁଙ୍କୁ ଗିରଫ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.