ଓଡ଼ିଶାରେ କୋହଲା ପାଗ ସହ କିଛି ଜିଲ୍ଲାରେ ହାଲୁକା ବର୍ଷା ଜାରି, ଆହୁରି ୨-୩ ଲାଗି ରହିବ ଏମିତି

ଭୁବନେଶ୍ବର(କେନ୍ଯୁଜ୍): ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ୱେଲ୍‌ ମାର୍କଡ ଲୋ ପ୍ରେସରରେ ପରିଣତ ହୋଇଛି ଡିପ୍ରେସନ୍‌ । ଏବେ ଆଭ୍ୟନ୍ତରୀଣ ତାମିଲନାଡୁ ଓ ସଂଲଗ୍ନ ରୟାଲସୀମାଠାରୁ ଉପକୂଳ ଆନ୍ଧ୍ରପ୍ରଦେଶ ଦେଇ ଆଭ୍ୟନ୍ତରୀଣ ଓଡ଼ିଶା ଯାଏ ସକ୍ରିୟ ଅଛି । ପ୍ରଭାବରେ ଓଡ଼ିଶାରେ କୋହଲା ପାଗ ସହ କିଛି ଜିଲ୍ଲାରେ ଲାଗି ରହିଛି ହାଲୁକା ବର୍ଷା ।

ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଏଥିସହ ଖୋର୍ଦ୍ଧା, ଜଗତସିଂହପୁର, ପୁରୀ ଓ ଗଞ୍ଜାମ ଜିଲ୍ଲାରେ ବର୍ଷା ହୋଇପାରେ । କାଲିଠୁ ଦକ୍ଷିଣ ଓଡ଼ିଶାରେ ବର୍ଷା ପରିମାଣ ବଢ଼ିବ ବୋଲି ସୂଚନା ଦେଇଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆହୁରି ୨-୩ ଲାଗି ରହିବ କୋହଲା ପାଗ । ୨-୩ ଡିଗ୍ରୀ ଯାଏ ବଢ଼ିବ ରାତିର ତାପମାତ୍ରା । ୪ ଦିନ ଯାଏ ଶୀତର ବିଶେଷ ସମ୍ଭାବନା ନଥିବା କହିଛି ପାଣିପାଗ କେନ୍ଦ୍ର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.