ଧୁମ୍‌ଧାମ୍‌ରେ ପତ୍ନୀ ସାକ୍ଷୀଙ୍କ ଜନ୍ମଦିନ ପାଳନ କଲେ ଏମ୍‌ଏସ୍‌ ଧୋନି, ଦେଖନ୍ତୁ ଭିଡିଓ

ଭାରତର ସବୁଠୁ ସଫଳ କ୍ୟାପ୍‌ଟେନ୍‌ ମହେନ୍ଦ୍ର ସିଂହ ଧୋନିଙ୍କ ପତ୍ନୀ ସାକ୍ଷୀ ଶୁକ୍ରବାର ଦିନ ୩୩ ତମ ଜନ୍ମଦିନ ପାଳନ କରିଛନ୍ତି। ଧୋନି ଏବେ ପରିବାର ସହ ରାଞ୍ଚିରେ ଅଛନ୍ତି। ଏଣୁ ଏଥରକ ସେମାନେ ଘରେ ହିଁ ସାକ୍ଷୀଙ୍କ ଜନ୍ମଦିନ ପାଳନ କରିଛନ୍ତି। ସାକ୍ଷୀଙ୍କ ଜନ୍ମଦିନର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓରେ ସାକ୍ଷୀ କେକ୍‌ କାଟୁଥିବା ବେଳେ ଧୋନି ତାଙ୍କ ପାଖରେ ଠିଆ ହୋଇଛନ୍ତି।

ଦେଖନ୍ତୁ ଭିଡିଓ:

ଧୋନି ଓ ସାକ୍ଷୀଙ୍କ ବିବାହ ଜୁଲାଇ ୨୦୧୦ରେ ହୋଇଥିଲା। ସେମାନଙ୍କର ଏକ ଝିଅ ଜିଭା ରହିଛି। ଇନ୍‌ଷ୍ଟାଗ୍ରାମ୍‌ରେ ସାକ୍ଷୀ ଧୋନି ଜଣେ ଚର୍ଚ୍ଚିତ ସେଲିବ୍ରିଟି। ସେ ପ୍ରାୟତଃ ନିଜ ଆକାଉଣ୍ଟରେ ଧୋନି ଓ ଝିଅର ଫଟୋ ଏବଂ ଭିଡିଓ ସେୟାର କରିଥାନ୍ତି। ସାକ୍ଷୀ ସବୁବେଳେ ଧୋନିଙ୍କୁ ଉତ୍ସାହିତ କରିବାକୁ ପ୍ୟାଭିଲିୟନ୍‌ରେ ପହଞ୍ଚିଥାନ୍ତି। ଭାରତୀୟ ଟିମ୍‌ର ମ୍ୟାଚ୍‌ ହେଉ କି ଚେନ୍ନାଇ ସୁପରକିଙ୍ଗସ୍‌ ସବୁ ମ୍ୟାଚ୍‌ରେ ଧୋନିଙ୍କ ସହ ରହିଥାନ୍ତି ସାକ୍ଷୀ।

ଇନ୍‌ଷ୍ଟାଗ୍ରାମ୍‌ରେ ସାକ୍ଷୀଙ୍କର ପାଖାପାଖି ୪୫ ଲକ୍ଷ ଫଲୋୟର୍ସ ଅଛନ୍ତି। ଧୋନି ଓ ସାକ୍ଷୀ ପରସ୍ପରକୁ ୨୦୦୭ ମସିହାରେ ପ୍ରଥମେ ଏକ ହୋଟେଲରେ ସାକ୍ଷାତ କରିଥିଲେ। ସେତେବେଳେ ସେଠାରେ ସାକ୍ଷୀ ଜଣେ ଇଣ୍ଟର୍ଣ୍ଣ ଭାବେ କାମ କରୁଥିଲେ। ପ୍ରଥମ ଦେଖାରେ ହିଁ ସାକ୍ଷୀଙ୍କୁ ହିଁ ପସନ୍ଦ କରିଯାଇଥିଲେ ଧୋନି। ପରେ ଏହା ବିବାହର ରୂପ ନେଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.