ଡିସେମ୍ବର ୩୧ରୁ ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା, କଂସ ଭୂମିକା ଓ ମୁଖ୍ୟ ଚରିତ୍ରର କଳାକାର ଚୟନ ନେଇ ଦେଖା ଦେଇଛି ବିବାଦ

ବରଗଡ଼(କେନ୍ୟୁଜ୍): ଆସନ୍ତା ଡିସେମ୍ବର ୩୧ରୁ ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ ୧୧ ଦିନ ଧରି ପରିବେଷଣ ହେବ କୃଷ୍ଣ ଲୀଳା । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ହେଲେ କଂସ ଭୂମିକା ସହ ମୁଖ୍ୟ ଚରିତ୍ର ପାଇଁ କଳାକାର ଚୟନ ନେଇ ଦେଖା ଦେଇଛି ବିବାଦ । ପଶ୍ଚିମ ଓଡ଼ିଶା କଳାକାର ସଂଘ ପକ୍ଷରୁ କଳାକାର ଚୟନକୁ ନାପସନ୍ଦ କରି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ୩ ବର୍ଷକୁ ଥରେ କଳାକାର ଚୟନ ନେଇ ନିୟମ ଥିବା ବେଳେ ଦ୍ୱିତୀୟ ବର୍ଷରେ କାହିଁକି ନିୟମ କାର୍ଯ୍ୟକାରୀ ହେଉ ନାହିଁ ବୋଲି ପ୍ରଶ୍ନ ଉଠିଛି । ସେପଟେ କଳାକାର ଚୟନ ପାଇଁ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜିଠୁ ଆସନ୍ତା ୧୬ ତାରିଖ ସନ୍ଧ୍ୟା  ୫ଟା ସୁଦ୍ଧା ଅତିରିକ୍ତ ଜିଲ୍ଲାପାଳ କାର୍ଯ୍ୟାଳୟରେ କଳାକାର ଆବେଦନ କରିପାରିବେ । ତେବେ ଚଳିତ ବର୍ଷ କିଏ କଂସ ହେବ, ବାଦ ବିବାଦ ଭିତରେ କଂସ ଭୂମିକା ସହ ଅନ୍ୟ କଳାକାର ଚୟନକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏଥର ଭୁବନେଶ୍ୱର ପ୍ରଧାନ ଚୟନ ପ୍ରକ୍ରିୟାରେ ସାମିଲ ହୋଇ ସମସ୍ତଙ୍କ ମନ ଜିଣିପାରିବେ ନା ପୁଣି ଥରେ କଳାକାର ହୃଷିକେଶ ଭୋଇ ପୁଣି ଥରେ ସୁଯୋଗ ପାଇବେ ତାକୁ ନେଇ ଜାରି ରହିଛି ସସ୍‌ପେନ୍ସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.