ଥାନାରେ ପଶିଲା ସାପ, ବାଜିଲା ବିନ୍‌, ଏବେ ଭିଡିଓ ହେଲା ଭାଇରାଲ

ଉତ୍ତର ପ୍ରଦେଶ ବିଜନୌର ଅଞ୍ଚଳର ଘଟଣା । ଏଠାକାର ହିମପୁରଦୀପ ପୋଲିସ୍‌ ଷ୍ଟେସନ୍‌ ଭିତରକୁ ଅଚାନକ ଏକ ସାପ ପଶି ଆସିଲା । ଚୋର, ଡକାୟତଙ୍କୁ ଲାଠି ଓ ବନ୍ଧୁକ ଦେଖାଇ ଜବତ କରୁଥିବା ପୋଲିସ୍‌ କିନ୍ତୁ ସାପକୁ ଦେଖି ଡରିଗଲେ । ଥାନା ଭିତରେ ଦୋଡ଼ାଦୋଡ଼ି ଆରମ୍ଭ ହୋଇଗଲା । କାଳେ ସାପଟି କାହାକୁ କାମୁଡ଼ି ଦେବ ସେହି ଭୟରେ ସମସ୍ତେ ପାଟିତୁଣ୍ଡ କରୁଥିଲେ ସିନା ହେଲେ ତାକୁ ଧରି ପାରୁ ନଥିଲେ କି ମାରି ପାରୁନଥିଲେ । ଏହା ଭିତରେ ସାପଟି ଗୋଦାମ ଭିତରେ ପଶିଗଲା । ତେଣୁ ଉପାୟ ନପାଇ ଡକାଗଲା ସାପ ଧରାଳିଙ୍କୁ ।

SNAKE-1

ସାପ ଧରାଳି ବିନ୍‌ ବଜାଇ ସାପକୁ ବାହାର କରିବା ଲାଗି ଅନେକ ସମୟ ଧରି ଉଦ୍ୟମ କଲେ । ହେଲେ ସାପ ବାହାରିଲା ନାହିଁ । ଏତିକି ବେଳେ ସେଠାରେ ଥିବା ଜଣେ ପୋଲିସ୍‌ କର୍ମଚାରୀ ସାପ ଧରାଳି ଠାରୁ ବିନ୍‌ ଛଡ଼ାଇ ଆଣି ନିଜେ ବଜାଇବା ଆରମ୍ଭ କରିଦେଲେ । ଆଉ ଦୀର୍ଘ ସମୟ ପର୍ଯ୍ୟନ୍ତ ବଜାଇ ଚାଲିଲେ । ସାପ ବାହାରିଲା କି ନାହିଁ ଜଣା ପଡ଼ିଲା ନାହିଁ । ତେବେ ଅନ୍ୟ ପୋଲିସ୍‌ କର୍ମଚାରୀମାନେ ଥାନା ବାହାରେ ଠିଆ ହୋଇ ଭିଡିଓ ରେକର୍ଡ଼ିଂ କଲେ । ଯାହା ପରେ ଭାଇରାଲ ହୋଇଛି । ପରେ ଅବଶ୍ୟ ସାପଟିକୁ ସାପ ଧରାଳି ଜଣକ ଧରିବାକୁ ସକ୍ଷମ ହୋଇଥିଲେ ।

SNAKE-2


ସୌଜନ୍ୟ :ଏଏନ୍‌ଆଇ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.