ସତେ ଗଡ଼ ଜିତି ଆସିଛନ୍ତି !, କୋଭିଡ଼ କଟକଣାକୁ ଭୁଲି ଜେଲ ଫେରନ୍ତା ନିଶା ବେପାରୀକୁ ଗାଁ ଦାଣ୍ଡରେ ଭବ୍ୟ ସ୍ବାଗତ

ବଲାଙ୍ଗିର(କେନ୍ୟୁଜ୍):   ବିପତ୍ତି ସମୟରେ ଅଭାବନୀୟ ଦୃଶ୍ୟ । ଜେଲ ଫେରନ୍ତାକୁ ସ୍ୱାଗତ କରିବାକୁ ଯାଇ ଭୁଲି ଗଲେ କଟକଣା। ତୁଷୁରା ଥାନା ସିରାବାହାଲ ଗାଁ ରେ ନିଶା ବେପାର ଅଭିଯୋଗରେ ଜେଲ ଯାଇଥିବା ଜଣେ ବ୍ୟକ୍ତି ଜେଲରୁ ମୁକୁଳିବା ପରେ ଗାଁ ଦାଣ୍ଡରେ ପ୍ରତି ଘର ଆଗରେ କଳସ ରଖି ସ୍ୱାଗତ କରା ଯାଇଛି । ଏହି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ବି ହୋଇଛି ।

ଜେଲ ଫେରନ୍ତାଙ୍କ ବେକରେ ଗାମୁଛା ପକାଇ ସ୍ୱାଗତ କରିବା ସହ ରିଷ୍ଟ ଖଣ୍ଡନ ପାଇଁ କୁକୁଡ଼ା ଅର୍ପଣ କରିଥିବା ଭିଡ଼ିଓ ଭାଇରଲ ହୋଇଛି । କୋଭିଡ କଟକଣାକୁ ବେଖାତିରି କରି ବାଦ୍ୟର ତାଳେ ତାଳେ ନାଚ ବି ଚାଲିଛି । ଏପରି ସମୟ ଏପରି କାର୍ଯ୍ୟକ୍ରମ କୋଭିଡ଼ ସଂକ୍ରମଣୁ ବଢାଇବ ବୋଲି ଆଶଙ୍କା କରିଛନ୍ତି କିଛି ବୁଦ୍ଧିଜୀବୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.