କେଶ ଝଡ଼ିବାରୁ ମିଳିବ ମୁକ୍ତି, ଗୋଟିଏ ବି ଦେଖା ଯିବନି ଧଳା କେଶ, ଲଗାନ୍ତୁ ଦହିର ଏହି ସ୍ପେଶାଲ ହେୟାର ପ୍ୟାକ

ଦହି ହେୟାର ପ୍ୟାକ କେଶ ପାଇଁ ବହୁତ ଲାଭଦାୟକ ହୋଇଥାଏ। ଏହାକୁ ଲଗାଇବା ଦ୍ୱାରା କେଶ ସମ୍ବନ୍ଧୀୟ ସବୁ ପ୍ରକାର ସମସ୍ୟା ଯେପରି, କେଶ ଝଡ଼ିବା, କେଶ ଦୁର୍ବଳ ହୋଇଯିବା, କେଶ ପାଚିବା ଆଦି ଦୂର ହୋଇଯାଇଥାଏ। ଦହିର ଏହି ହେୟାର ପ୍ୟାକକୁ ଆପଣ ଚାହିଁଲେ ଘରେ ହିଁ ପ୍ରସ୍ତୁତ କରିପାରିବେ। ଶରୀରରେ ପୋଷକ ତତ୍ତ୍ୱର ଅଭାବ ରହିଲେ କେଶ ସମସ୍ୟା ଦେଖାଦେଇଥାଏ। ଦହିରେ ଥିବା ପୋଷକ ତତ୍ତ୍ୱ ଏହି ହେୟାର ପ୍ୟାକ ମାଧ୍ୟମରେ ଶରୀରକୁ ମିଳିଯାଇଥାଏ, ଯଦ୍ଦ୍ଵାରା କେଶକୁ ପୋଷଣ ମିଳିଥାଏ ଏବଂ କେଶ ସୁସ୍ଥ ରହିଥାଏ। ଆଜି ଆମେ ଆପଣଙ୍କୁ ଦହି ହେୟାର ପ୍ୟାକ ବିଷୟରେ କହିବୁ।

୧. ଏହି ହେୟାର ପ୍ୟାକକୁ ଆପଣ ସପ୍ତାହରେ କେବଳ ଗୋଟିଏ ଥର ହିଁ ଲଗାନ୍ତୁ। ଏମିତି ୩/୪ ଥର ଲଗାଇବା ପରେ ଆପଣଙ୍କୁ ଏହାର ପ୍ରଭାବ ନଜର ଆସିବ।

୨. ଦହି ହେୟାର ପ୍ୟାକକୁ ଲଗାଇବା ପାଇଁ ଆପଣଙ୍କୁ କୌଣସି ବଡ଼ ବଡ଼ ଜିନିଷର ଆବଶ୍ୟକ ପଡ଼ିବ ନାହିଁ। ଏକ ପାତ୍ରରେ ଦହି ଓ ପାଣିକୁ ଭଲ ଭାବେ ଫେଣ୍ଟି ପ୍ୟାକ ପ୍ରସ୍ତୁତ କରନ୍ତୁ। ଦହିକୁ ଟିକେ ଗାଢ଼ ରଖନ୍ତୁ।

୩. ପ୍ରଥମେ କେଶକୁ ଓଦା କରନ୍ତୁ। ଏହାପରେ ଦହି ଲଗାନ୍ତୁ। ୧୫-୨୦ ମିନିଟ୍‌ ଏହାକୁ ଶୁଖିବାକୁ ଦିଅନ୍ତୁ। ଏବେ ଆପଣ କେଶକୁ ଧୋଇ ନିଅନ୍ତୁ।

୪. ଦହିକୁ ମେଥି ସହିତ ମିଶାଇ ମଧ୍ୟ ଲଗାଇ ପାରିବେ। ଏହାଦ୍ୱାରା କେଶ ଝଡ଼ିବା ବନ୍ଦ ହୋଇଯାଇଥାଏ। ଦହିରେ ଅଧ କପ୍‌ ମେଥି ପାଉଡର ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ।

୫. ଏହି ମିଶ୍ରଣକୁ କେଶରେ ଲଗାନ୍ତୁ। ୧୦ ମିନିଟ୍‌ ପାଇଁ ଛାଡ଼ି ଦିଅନ୍ତୁ। ପରେ ଏହାକୁ ଭଲ ଭାବେ ଧୋଇ ନିଅନ୍ତୁ।

୬. ଦହିକୁ ଅଣ୍ଡାର କେଶର ସହିତ ମିଶାଇ ନିଅନ୍ତୁ। ଏଥିପାଇଁ ଏକ ପାତ୍ରରେ ଅଣ୍ଡାର ହଳଦିଆ ଅଂଶ ବା କେଶର ନିଅନ୍ତୁ। ଚିକ୍କଣିଆ ପେଷ୍ଟ ବନାଇ କେଶରେ ଲଗାନ୍ତୁ। ୨୦-୨୫ ମିନିଟ୍‌ ପରେ କେଶ ଧୋଇ ଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.