ଆଗାମୀ ଜୁନ୍‌ ୧୭ ତାରିଖ ଯାଏ ଲକ୍‌ଡାଉନ୍‌ ବଢ଼ିଥିବା ସୂଚନା ଦେଲେ ରାଜ୍ୟ ସରକାର, ନୂଆ କଟକଣା କଣ ଜାଣନ୍ତୁ

ଭୁବନେଶ୍ୱର (କେନ୍ୟୁଜ୍‌) : ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା କିଛି ମାତ୍ରାରେ କମିଥିଲେ ମଧ୍ୟ ଲକ୍‌ଡାଉନ୍‌ ସମୟ ବଢ଼ିଛି । ଆଉ ଦୁଇ ସପ୍ତାହ ପାଇଁ ଲକ୍‌ଡାଉନ୍‌ ଅବଧିକୁ ବଢ଼ାଇଛନ୍ତି ରାଜ୍ୟ ସରକାର ।
ପୂର୍ବ ଘୋଷଣା ଅନୁସାରେ ଆସନ୍ତାକାଲି ଭୋର ୫ଟାରେ ଚଳିତ ଲକ୍‌ଡାଉନ୍‌ ଅବଧି ଶେଷ ହୋଇଥାନ୍ତା । ତେବେ ମୁଖ୍ୟ ଶାସନ ସଚିବ ଏବେ ସାମ୍ବାଦିକ ସମ୍ମିଳନୀ କରି ଲକ୍‌ଡାଉନ୍‌ ସମୟସୀମା ଆଉ ଦୁଇ ସନ୍ତାହ ବଢ଼ା ଯାଇଥିବା ସୂଚନା ଦେଇଛନ୍ତି । କରୋନା ଦ୍ୱିତୀୟ ଲହରର ଚେନ୍‌ ଭାଙ୍ଗିବା ପାଇଁ ଏହା ଜରୁରୀ ବୋଲି କୁହାଯାଇଛି । ଏହା ସହିତ ପୁଣି ଥରେ ଜନସାଧାରଣଙ୍କୁ କଡ଼ାକଡ଼ି ଭାବେ କରୋନା କଟକଣା ମାନିବା ସହ ସତର୍କ ରହିବାକୁ ରାଜ୍ୟ ସରକାରଙ୍କ ତରଫରୁ କୁହାଯାଇଛି ।

ଦ୍ୱିତୀୟ ଲକ୍‌ଡାଉନ୍‌ ପରେ ସଂକ୍ରମଣ କମିଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି। ରାଜ୍ୟର ସମସ୍ତ ଜିିଲ୍ଲାରେ ପୂର୍ବ ପରି ସୋମବାରରୁ ଶୁକ୍ରବାର କେବଳ ସକାଳ ୭ଟାରୁ ୧୧ଟା ଯାଏ ଅତ୍ୟାବଶ୍ୟକ ଜିନିଷପତ୍ର କିଣିବା ପାଇଁ ଅନୁମତି ମିଳିବ । ଶନିବାର ଓ ରବିବାର ସପ୍ତାହାନ୍ତ ସଟ୍‌ଡାଉନ ଜାରି ରହିବ । ତେବେ ସଂକ୍ରମଣ କମିଥିବା ତିନିଟି ଜିଲ୍ଲା ନୂଆପଡ଼ା, ଗଜପତି, ସୁନ୍ଦରଗଡ଼ରେ ସକାଳ ୭ଟାରୁ ଅପରାହ୍ନ ଗୋଟାଏ ଦୋକାନ ବଜାର ଖୋଲା ରହିବ । ପରବର୍ତ୍ତୀ ସମୟରେ ଯଦି ଅନ୍ୟ ଜିଲ୍ଲାଗୁଡ଼ିକରେ କରୋନା ସଂକ୍ରମଣ କମେ ତେବେ ସେଠାରେ ମଧ୍ୟ କଟକଣା କୋହଳ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।
ତେବେ ଘରେ ରହିଲେ ମଧ୍ୟ କୋଭିଡ୍‌ ନିୟମ ପାଳନ କରି ସଂକ୍ରମଣ କମାଇବାରେ ସହାୟକ ହେବା ପାଇଁ ସେ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ।

ନୂଆ କଟକଣା କଣ ଜାଣନ୍ତୁ

୧- ଆଉ ୧୬ ଦିନ ଯାଏ ତୃତୀୟ ଲକ୍‌ଡାଉନ୍‌
୨-ସବୁଠାରେ ସକାଳ ୭ଟାରୁ ୧୧ଟା ଯାଏ ସୋମବାରରୁ ଶୁକ୍ରବାର ଅତ୍ୟାବଶ୍ୟକ ଜିନିଷ କିଣିବା ପାଇଁ ସମୟ ଧାର୍ଯ୍ୟ ହୋଇଛି ।
୩- ତିନିଟି ଜିଲ୍ଲା ନୂଆପଡ଼ା, ଗଜପତି, ସୁନ୍ଦରଗଡ଼ରେ ସକାଳ ୭ଟାରୁ ଗୋଟାଏ ଦୋକାନ ବଜାର ଖୋଲା ରହିବ ।

୪-ପୂର୍ବ ପରି ଶନିବାର ଓ ରବିବାର ସପ୍ତାହାନ୍ତ ସଟ୍‌ଡାଉନ୍‌ ଜାରି ରହିବ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.