ଟ୍ରେନ୍ରେ ନିଶା ଦେଇ ଦମ୍ପତିଙ୍କଠୁ ଲୁଟ୍ କଲେ ଦୁର୍ବୃତ୍ତ, ଦିଲ୍ଲୀରୁ ଆସୁଥିଲେ କଟକ
ପୁରୀ (କେନ୍ୟୁଜ): ଦମ୍ପତିଙ୍କୁ ଟ୍ରେନ ବଗିରେ ନିଶା ଦେଇ ଲୁଟ । ପୁରୁଷୋତ୍ତମ ଏକ୍ସପ୍ରେସ ଟ୍ରେନରେ ଘଟିଛି ଏଭଳି ଘଟଣା। ପୁରୀ ରେଳଷ୍ଟେସନରୁ ଦମ୍ପତିଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ସଦର ମୁଖ୍ଯ ଚିକିତ୍ସାଳୟର ଭର୍ତ୍ତି କରାଯାଇଥିଲା।
ଆରପିଏଫ୍ ପୋଲିସ ହସ୍ପିଟାଲରେ ପହଞ୍ଚି ପ୍ରାଥମିକ ତଦନ୍ତ କରିଥିଲେ। ପରେ ଦମ୍ପତିଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଅଚେଚ ଥିବା ଦମ୍ପତି ଜଗତସିଂହପୁର ଜିଲ୍ଲା ଜନାର୍ଦ୍ଦନପୁରର ହେମନ୍ତ ମଲ୍ଲ ଓ ତାଙ୍କ ସ୍ତ୍ରୀ କୁନି ମଲ୍ଲ। ଏହି ଦମ୍ପତି ପୁରୁଷୋତ୍ତମ ଏକ୍ସପ୍ରେସ ଯୋଗେ ଦିଲ୍ଲୀରୁ କଟକ ଅଭିମୁଖେ ଆସୁଥିଲେ । ତେବେ ଖଡ଼ଗପୁର ଷ୍ଟେସନ ପୂର୍ବରୁ ଗତକାଲି ରାତି ୯ ଟାରେ ସେମାନଙ୍କୁ କେହି ଚା ପିଆଇଥିଲା। ସେହି ଚାରେ ନିଶା ମିଶାଯାଇଥିବା ସନ୍ଦେହ କରାଯାଉଛି। କଟକ ଷ୍ଟେସନ ପରିବର୍ତ୍ତେ ଅଚେତ ହୋଇଯିବା କାରଣରୁ ଉଭୟ ପୁରୀ ଷ୍ଟେସନରେ ପହଞ୍ଚିଥିଲେ। ଆରପିଏଫ୍ କର୍ମଚାରୀ ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ସଦର ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।