ନବରଙ୍ଗପୁର ପୋଲିସକୁ ବଡ଼ ସଫଳତା, କୁମ୍ବିଂ ଅପରେସନ ବେଳେ ଦୁଇ ମାଓବାଦୀ ଗିରଫ

ନବରଙ୍ଗପୁର (କେନ୍ୟୁଜ): ୨ ମାଓବାଦୀ ଗିରଫ। ଜଣେ ହାର୍ଡକୋର ସମେତ ୨ ମାଓବାଦୀଙ୍କୁ ଗିରଫ କଲା ନବରଙ୍ଗପୁର ପୋଲିସ । ଗିରଫ ଅନିତା ଓରଫ ପୂଜା ହାର୍ଡକୋର ମାଓବାଦୀ । ସମୁଦ୍ର ବାଘ୍‌ ହେଉଛି ମିଲିସିଆ । ସେ କ୍ୱାକ ଭାବେ କାମ କରୁଥିଲା। ରାଇଘର ଥାନା ଅନ୍ତର୍ଗତ ହାତୀଗାଁ ସଂରକ୍ଷିତ ଜଙ୍ଗଲରୁ ଏହି ଦୁଇ ମାଓବାଦୀଙ୍କୁ ଗିରଫ କରାଯାଇଛି । ସିଆରପିଏଫ ଏସଓଜି ଓ ଡିଭିଏଫର ମିଳିତ କମ୍ବିଂ ସମୟରେ ଆଜି ସକାଳେ ଏମାନେ ଗିରଫ ହୋଇଛନ୍ତି ।

ଛତିଶଗଡ଼ର ସୁକୁମା ଜିଲ୍ଲାରେ ପୂଜା ମାଣ୍ଡଭିର ଘର ଓ ସମୁଦ୍ର ବାଘ୍‌ ନୂଆପଡ଼ା ବାସିନ୍ଦା । ପୂଜା ମାଣ୍ଡଭି ୨୦୧୦ ମସିହାରୁ ମାଓବାଦୀ ସଂଗଠନରେ କାମ କରୁଥିବା ବେଳେ ସମୁଦ୍ର ବାଘ୍‌ ୨୦୧୭ରୁ ସକ୍ରିୟ ରହିଛି । ପୂଜା ମାଣ୍ଡଭିର ଦେହ ଅସୁସ୍ଥ ଥିବାରୁ ଚିକିତ୍ସା ପାଇଁ ଯାଉଥିବା ବେଳେ ଧରା ପଡ଼ିଥିବା ନେଇ ଡିଆଇଜି ରାଜେଶ ପଣ୍ଡିତ ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.