ଫାଣ୍ଡିଠାରୁ ୩୦ ମିଟର ଦୂର, କିନ୍ତୁ ନିର୍ଭୟରେ ଗ୍ୟାସ କଟରରେ କାଟି ଏଟିଏମରୁ ଲୁଟିନେଲେ

ବାଲେଶ୍ବର ଜିଲ୍ଲା ରେମୁଣା କ୍ଷୀରଚୋରା ଗୋପୀନାଥ ମନ୍ଦିର ନିକଟ SBI ଏଟିଏମରୁ ଲୁଟ୍ ହୋଇଛି । ଫାଣ୍ଡିଠାରୁ ୩୦ ମିଟର ଦୂରରେ ଥିବା ଏକ ATMରୁ ଗତକାଲି ରାତି ୨ଟାରୁ ୩ଟା ମଧ୍ୟରେ ଲୁଟ୍ ହୋଇଛି ।

ବାଲେଶ୍ବର(କେନ୍ୟୁଜ୍):  ମାତିଲେ ATM ଲୁଟେରା । ଗ୍ୟାସ୍ କଟରରେ କାଟି ଏଟିଏମରୁ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ବାଲେଶ୍ବର ଜିଲ୍ଲା ରେମୁଣା କ୍ଷୀରଚୋରା ଗୋପୀନାଥ ମନ୍ଦିର ନିକଟ SBI ଏଟିଏମରୁ ଲୁଟ୍ ହୋଇଛି । ଫାଣ୍ଡିଠାରୁ ୩୦ ମିଟର ଦୂରରେ ଥିବା ଏକ ATMରୁ ଗତକାଲି ରାତି ୨ଟାରୁ ୩ଟା ମଧ୍ୟରେ ଲୁଟ୍ ହୋଇଛି ।

ଦୁର୍ବୃତ୍ତମାନେ ATMକୁ ସମ୍ପୂର୍ଣ୍ଣଭାବେ କାଟି ଦେଇଛନ୍ତି । ନିକଟରେ ଏକ ଫାଣ୍ଡି ଥିବା ସତ୍ତ୍ବେ କେହି ବି ଲୁଟ୍ ବିଷୟରେ ଜାଣି ପାରିନଲେ । ସ୍ଥାନୀୟ ଲୋକେ ଘଟଣା ସମ୍ପର୍କରେ ପୋଲିସକୁ ଖବର ଦେବା ପରେ ଘଟଣାର ତଦନ୍ତ କରୁଛି । ଗତକାଲି ATMରେ ୧୮ଲକ୍ଷ ୩୬ହଜାର ଟଙ୍କା ଭର୍ତ୍ତି କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.