Below header

ଭିଜିଲାନ୍ସ ଜାଲରେ ଢେଙ୍କାନାଳ ଓଏସଏପି ପ୍ରଥମ ବାଟାଲିୟନର କମାଣ୍ଡାଣ୍ଟ, ୧ଲକ୍ଷ ୩୧ ହଜାର ୫୩୫ ଟଙ୍କା ଜବତ

କଟକ(କେନ୍ୟୁଜ୍): ଭିଜିଲାନ୍ସ ଜାଲରେ ଢେଙ୍କାନାଳ ଓଏସଏପି ପ୍ରଥମ ବାଟାଲିୟନର କମାଣ୍ଡାଣ୍ଟ ସୁନୀଲ କୁମାର ବେହେରା। ଗତକାଲି ଢେଙ୍କାନାଳରୁ କଟକ ସ୍ଥିତ ବାସଭବନକୁ ଆସିବା ବେଳେ ତାଙ୍କୁ ମଧୁସୂଦନ ସେତୁ ନିକଟରେ ମାଡ଼ି ବସିଥିଲା ଭିଜିଲାନ୍ସର ଏକ ଟିମ। ସେ ତାଙ୍କ ଅଫିସ ଗାଡ଼ିରେ ଘରକୁ ଫେରୁଥିଲେ ।

ତାଙ୍କ ଠାରୁ ନଗଦ ୧ଲକ୍ଷ ୩୧ ହଜାର ୫୩୫ ଟଙ୍କା ଜବତ କରିଥିଲା ଭିଜିଲାନ୍ସ। ଏହା ପରେ ତାଙ୍କ କଟକ ସ୍ଥିତ ଘରେ ସର୍ଚ୍ଚ କରାଯାଇଥିଲା। ସର୍ଚ୍ଚ ବେଳେ ୮ ଲକ୍ଷ ୭୦ ହଜାର ଟଙ୍କା ଜବତ ହୋଇଛି। କମାଣ୍ଡାଣ୍ଟ ସୁନୀଲ ବେହେରାଙ୍କ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଢେଙ୍କାନାଳ ସମେତ ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ ହୋଇଥିବା ସୂଚନା ରହିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.