Below header

ଆଜିିଠୁ ବ୍ରହ୍ମଗିରିରେ ଶ୍ରୀଅଲାରନାଥଙ୍କ ଅଣସର ନୀତି ଓ ଦର୍ଶନ ଆରମ୍ଭ, କୋଭଡି କଟକଣା ପାଇଁ ଯାଇ ପାରିବେ ନାହିଁ ଭକ୍ତ

ବ୍ରହ୍ମଗିରି(କେନ୍ଯୁଜ୍): ଆଜିିଠୁ ବ୍ରହ୍ମଗିରିରେ ଶ୍ରୀଅଲାରନାଥଙ୍କ ଅଣସର ନୀତି ଓ ଦର୍ଶନ ଆରମ୍ଭ ହେବ । ହେଲେ କୋଭଡି କଟକଣା ପାଇଁ କୌଣସି ଭକ୍ତ ମନ୍ଦିର ଭିତରକୁ ଯାଇ ପାରିବେ ନାହିଁ କି ପ୍ରଭୁ ଶ୍ରୀଅଲାରନାଥଙ୍କ ଦର୍ଶନ କରିପାରିବେ ନାହିଁ । ଭୋର ୪ଟାରେ ମନ୍ଦିର ଖୋଲା ଯାଇ ଅଲାରନାଥଙ୍କ ଅଣସର ନୀତି ଆରମ୍ଭ ହୋଇଛି ।

କେବଳ ପାଳିଆ ସେବାୟତମାନଙ୍କୁ ନେଇ ୧୪ଦିନ ଯାଏ ଠାକୁରଙ୍କ ନୀତି ଅନୁଷ୍ଠିତ ହେବ । ଅଲାରନାଥ ମନ୍ଦିର ପରିସରରେ ପ୍ରଶାସନ ପକ୍ଷରୁ ଆଜିଠୁ ଜୁଲାଇ ୯ ତାରିଖ ଯାଏ ୧୪୪ ଧାରା ଜାରି କରାଯାଇଛି । ପୋଲିସ ପ୍ରଶାସନ ତରଫରୁ ମନ୍ଦିର ଚାରି ପଟେ ବ୍ୟାରିକେଡ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.