ଆସନ୍ତା ୨୭ରେ ଦୁର୍ଲଭ ନାଗାର୍ଜୁନ ବେଶରେ ଦର୍ଶନ ଦେବେ ପତିତପାବନ, ପୂଜାପଣ୍ଡା ନିଯୋଗ କରିବେ ମହାପ୍ରଭୁଙ୍କୁ ଏହି ବେଶ

ପୁରୀ: ନାଗାର୍ଜୁନ ବେଶରେ ଦର୍ଶନ ଦେବେ ପତିତପାବନ । ପୁରୀ ଶ୍ରୀମନ୍ଦିରରେ ଆସନ୍ତା ୨୭ ତାରିଖରେ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ପାଇଁ ଦ୍ୱାରଫିଟା ନୀତି ପରେ ବେଶ ଶ୍ରୀମନ୍ଦିରକୁ ବିଜେ କରିବ । ଅବକାଶ ନୀତି ପରେ ବେଶ ଆରମ୍ଭ ହେବ । ପ୍ରଥମ ଭୋଗ ମଣ୍ଡପ ପରେ ବେଶ ଲାଗି ହେବ । ପୂଜାପଣ୍ଡା ନିଯୋଗ ପତିତପାବନଙ୍କ ନାଗାର୍ଜୁନ ବେଶ କରିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ନାଗାର୍ଜୁନ ବେଶ ନିର୍ମାଣକୁ ତଦାରଖ କରି ସେବାୟତ ପରାମର୍ଶ ଦେବେ ।

ଚଳିତ ବର୍ଷ ପଞ୍ଚୁକ ୬ଦିନ ପଡୁଥିବାବେଳେ କିଭଳି ନୀତିକାନ୍ତି ସୁରୁଖୁରରେ ଶେଷ ହେବ ସେ ଉପରେ ଆଲୋଚନା ହୋଇଛି । ନାଗାର୍ଜୁନ ବେଶର ନିର୍ଘଣ୍ଟ ନୀତି ଅନୁଯାୟୀ ୨୬ ତାରିଖ ରାତି ୧୨ଟାରେ ପହୁଡ ପରେ ୨୭ ତାରିଖ ନାଗାର୍ଜୁନ ବେଶର ନୀତିକାନ୍ତି ଆରମ୍ଭ ହେବ । ୨୬ ରାତି ୨ଟାରେ ଦ୍ୱାରଫିଟା ନୀତି ପରେ ଅନ୍ୟାନ୍ୟ ନୀତି ଚାଲିବ । ଭୋର ୪ଟାରେ ନାଗାର୍ଜୁନ ବେଶ ଲାଗି ଲୀତି ଆରମ୍ଭ ହେବ । ସକାଳ ୭ଟା ସୁଦ୍ଧା ବେଶ ଲାଗି ଶେଷ ପରେ ଅପରାହ୍ନ ୩ଟାରେ ବେଶ ଓ ଲାଗି ହେବ ।

Jagannathଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ନାଗାର୍ଜୁନ ବେଶ ଯୋଗାଉଥିବା ବଳରାମ ଖୁଣ୍ଟିଆ, ବେଶ ଓ ନୀତି ସହ ଜଡ଼ିତ ପୁଷ୍ପାଳକ, ଖୁଣ୍ଟିଆ, ମେକାପ ନିଯୋଗ ସଭାପତି ଓ ସଂପାଦକ ଏଥିରେ ଯୋଗ ଦେଇଥିଲେ । ସେପଟେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ମହାପାତ୍ର ଓ ମାଧବ ପୂଜାପଣ୍ଡା ଚକ୍ରକୋଟ ଜାଗା ଯାଇ ନାଗାର୍ଜୁନ ବେଶ ପ୍ରସ୍ତୁତିର ଅଗ୍ରଗତି କାର୍ଯ୍ୟ ବୁଲି ଦେଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.