ଏବେ ଆଉ ମାଗଣାରେ ବ୍ୟବହାର କରିପାରିବେନି ଗୁଗଲର ଏହି ଆପ୍‌, ସବ୍‌ସ୍କ୍ରିପସନ୍‌ ପାଇଁ ଦେବାକୁ ପଡ଼ିବ ଅତିରିକ୍ତ ଚାର୍ଜ

ଫଟୋର ବ୍ୟାକ୍‌ଅପ୍‌ ପାଇଁ ଆମେ ସାଧାରଣତଃ Google photos‌ ବ୍ୟବହାର କରିଥାଉ। ଆଣ୍ଡ୍ରଏଡ୍‌ ସ୍ମାର୍ଟଫୋନ୍‌ରେ ଏହି ଆପ୍‌ ପ୍ରିଲୋଡେଡ୍‌ ମିଳିଥାଏ। ଏଥିରେ ଫଟୋକୁ ଏଡିଟ୍‌ କରିବା ସୁବିଧା ମଧ୍ୟ ରହିଥାଏ। ତେବେ ଏବେ ଏକ ନୂଆ ରିପୋର୍ଟରେ କୁହାଯାଇଛି ଯେ ଗୁଗଲ ଫଟୋଜ୍‌ ଆପ୍‌ରେ ଫଟୋକୁ ଏଡିଟ୍‌ କରିବା ପାଇଁ ଆପଣଙ୍କୁ ଅତିରିକ୍ତ ଚାର୍ଜ ଦେବାକୁ ପଡ଼ିବ। ଅର୍ଥାତ୍‌ ଏବେ ଗୁଗଲ ଫଟୋଜ୍‌ରେ ଏଡିଟିଂ ଟୁଲ୍ସ ବ୍ୟବହାର କରିବାକୁ ହେଲେ ୟୁଜର୍ସଙ୍କୁ Google One ସବ୍‌ସ୍କ୍ରିପସନ୍‌ ନେବାକୁ ପଡ଼ିବ।

ଗୁଗଲ ନିଜ ଫଟୋ ଆପ୍‌ରେ କେତେକ ଫିଲ୍ଟରକୁ ପେଡ୍‌ କରିବାକୁ ଯାଉଛି। ଏହାକୁ ଅନ୍‌ଲକ୍‌ କରିବା ପାଇଁ ଗୁଗଲ ଓ୍ଵାନ୍‌ ସବ୍‌ସ୍କ୍ରିପସନ୍‌ର ଆବଶ୍ୟକତା ପଡ଼ିବ। ଗୁଗଲର ଏହି ପରିବର୍ତ୍ତନ Photos App ର ଭର୍ସନ ୫.୧୮ରେ ଦେଖିବାକୁ ମିଳିବ।

Google Photos

ଜଣେ ୟୁଜରଙ୍କ କହିବାନୁସାରେ ବର୍ତ୍ତମାନ Color Pop ଫିଲ୍ଟରକୁ ଅନ୍‌ଲକ୍‌ କରିବା ପାଇଁ ଗୁଗଲ ଓ୍ଵାନ୍‌ ସବ୍‌ସ୍କ୍ରିପସନ୍‌ ଦରକାର ପଡ଼ୁଛି। ଅନ୍ୟପଟେ ଏନେଇ ଗୁଗଲ କହିଛି ଯେ ଖୁବ୍‌ଶୀଘ୍ର ଏହି ଆପ୍‌ର ପ୍ରିମିୟମ୍‌ ସର୍ଭିସ୍‌ ଲଞ୍ଚ୍‌ ହେବାକୁ ଯାଉଛି, ଯାହା ମାଧ୍ୟମରେ ୟୁଜରଙ୍କୁ ଭଲ କ୍ୱାଲିଟିର ଫଟୋ ଏଡିଟିଂ ଟୁଲ୍ସ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.