ଭାରତ ପାଇଁ ଚ୍ୟାଲେଞ୍ଜ ଭାବରେ ଛିଡା ହୋଇଛି “ଫାଇଜର” ଟୀକା, ଯାହାକୁ ରଖିବାକୁ ଆବଶ୍ୟକ -୭୦ ଡିଗ୍ରୀ ସେଲସିୟସ ତାପମାତ୍ରା

କରୋନା ଭାଇରସ୍‌ ଟିକା ଫାଇଜର ଭାରତରେ ରଖିବା କଷ୍ଟକର । କହିରଖିବା ଉଚିତ ହେବକି, ଫାଇଜର ଟିକା ରଖିବାକୁ ଆବଶ୍ୟକ -୭୦ ଡିଗ୍ରୀ ସେଲସିୟସ ତାପମାତ୍ରା ଆବଶ୍ୟକ । ଯାହା ଭାରତ ଭଳି ବିକାଶଶୀଳ ଦେଶ ପାଇଁ ଏକ ଚ୍ୟାଲେଞ୍ଜ ଭାବରେ ଛିଡା ହୋଇଛି । ଫାଇଜର ଟିକାକୁ ନେଇ ଏପରି ଉଦ୍‌ବେଗ ପ୍ରକାଶ କରିଛନ୍ତି ଏମ୍‌ସ ମହାନିର୍ଦ୍ଦେଶକ ରଣଦୀପ ଗୁଲେରିଆ । ଗୋଟେ ପଟରେ ଫାଇଜର ଟୀକା କରୋନା ଭାଇରସ୍‌ ସହ ଲଢ଼ିବା ନେଇ ବିଶ୍ୱ ପାଇଁ ଖୁସି ଖବର ଆଣିଥିବା ବେଳେ ଭାରତ ପାଇଁ ଏହାକୁ ନେଇ ଅଧିକ ଆଶା ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି । ଏହି ଟିକାର ବିତରଣ ପାଇଁ ଏକ ବଡ଼ କୋଲ୍‌ଡ ଚେନ୍‌ ଦରକାର । ଯେବେକି ଭାରତର ଅନେକ ବଡ଼ ବଡ ହସ୍ପିଟାଲରେ ମଧ୍ୟ ଏହି ଅଲଟ୍ରା ଲୋ ଟେମ୍ପ୍ରେଚର ବ୍ୟବସ୍ଥା ଉପଲବ୍ଧ ନାହିଁ । ତେଣୁ ଏହି ଟିକାକୁ ଅନ୍ୟ ଦେଶକୁ କିପରି ପଠାଯିବ, ଗ୍ରାମାଞ୍ଚଳରେ କିପରି ବ୍ୟବହାର ହେବ ସେ ନେଇ ପ୍ରଶ୍ନବାଚୀ ଉଠୁଛି ।

ଅନ୍ୟ ପକ୍ଷରେ କରୋନା ରୋକିବାରେ ଫାଇଜର ଟିକା ୯୦ ପ୍ରତିଶତ ସଫଳ ବୋଲି ଜଣାପଡ଼ିଛି ।ପୂର୍ବରୁ ୪୩ ହଜାର ଜଣଙ୍କୁ ନେଇ ଟିକାର ପରୀକ୍ଷଣ ହୋଇଥିଲା । ଏହା ମଧ୍ୟରୁ କିଛି ସ୍ୱେଚ୍ଛାସେବୀଙ୍କୁ ୨ଟି ଡୋଜ୍‌ ଟିକା ଦିଆଯାଇଥିଲା ଆଉ କିଛି ଜଣଙ୍କୁ ପ୍ଲେସିବୋ ଦିଆଯାଇଥିଲା । ପରୀକ୍ଷଣରୁ ଜଣାଯାଇଛି ଯେ, ଯେଉଁମାନେ ଟିକା ନେଇଥିଲେ ସେମାନଙ୍କ ଠାରେ ସଂକ୍ରମଣର ଆଶଙ୍କା ୧୦ ପ୍ରତିଶତରୁ କମ ରହିଥିଲା । କମ୍ପାନୀ କତ୍ତୃପକ୍ଷଙ୍କ ଅନୁଯାୟୀ ଫାଇଜର ଓ ବାୟୋନ୍‌ଟେକ୍‌ ଟୀକା ସିନ୍ଥେଟିକ୍‌ mRNA ବ୍ୟବହାର କରି ପ୍ରସ୍ତୁତ କରାଯାଇଛି । ଯାହା ଭାଇରସ ବିରୋଧରେ ରୋଗ ପ୍ରତିରୋଧ ଶକ୍ତିକୁ ସକ୍ରିୟ କରେ । ଆସନ୍ତା ନଭେମ୍ବର ତୃତୀୟ ସପ୍ତାହ ସୁଦ୍ଧା ଫାଇଜରର ଚୂଡ଼ାନ୍ତ ରେଜଲ୍ଟ ଆସିବ । ଯଦି ଟିକାରୁ କୌଣସି ସାଇଡ ଇଫେକ୍ଟ ନଥିବା ନେଇ ଜଣା ପଡିବ ତେବେ ଟିକାର ବ୍ୟବହାର ଲାଗି ଜରୁରୀ ଅନୁମତି ପାଇଁ ଆବେଦନ କରିବ ଫାଇଜର କମ୍ପାନୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.