ବ୍ରହ୍ମପୁରରେ ଚାଲିଛି ପ୍ରସିଦ୍ଧ ମାଆ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା , ଅସ୍ଥାୟୀ ମଣ୍ଡପରେ ଦର୍ଶନ ଦେଉଛନ୍ତି ମାଆ

ବ୍ରହ୍ମପୁର(କେନ୍ୟୁଜ୍) : ବ୍ରହ୍ମପୁରରେ ଜମୁଛି ମାଆ ବୁଢ଼ୀ ସାଆନ୍ତାଣୀଙ୍କ ଯାତ୍ରା । ରବିବାର ଘଟରେ ପ୍ରବେଶ କରିଥିଲେ ମାଆ । ଏଥିପାଇଁ ମୁଖ୍ୟ ଘଟ ସମେତ ୮ଟି ପାର୍ଶ୍ୱ ଘଟ ପ୍ରସ୍ତୁତ କରାଯାଇଥିଲା। କୁମ୍ଭାରପଲୀ ସାହିର କୁମ୍ଭାର ରାଜେନ୍ଦ୍ରଙ୍କ ପକ୍ଷରୁ ଏହି ଘଟ ନିର୍ମାଣ ହୋଇଥିଲା। ମୁଖ୍ୟ ଘଟରେ ମା ପ୍ରବେଶ କରିଥିବାବେଳେ ଅନ୍ୟ ୮ଟି ଘଟରେ ମାଆଙ୍କ ଭଉଣୀମାନେ ପ୍ରବେଶ କରିଥିଲେ ।ଦେଶୀବେହେରାଙ୍କ ଘରେ ଘଟ ଗୁଡିକ ପହଁଚିବା ପରେ ସେସବୁ ଚିତ୍ରିତ କରାଯାଇଥିଲା। ଘଟରେ ମହୁରୀଗଡ ରାଜବାଟୀକୁ ଯାଇ ମା’ ରାଜାଙ୍କୁ ଦର୍ଶନ ଦେବା ପରେ ରାଜଭୋଗ ଖାଇ ଫେରିଥିଲେ । ମାଆ ନଗର ପରିକ୍ରମାରେ ବାହାରିବା ସମୟରେ ମାଆଙ୍କ ଶୋଭାଯାତ୍ରାରେ ସାମିଲ୍ ହୋଇଥିଲେ ଭକ୍ତ ଓ ଶ୍ରଦ୍ଧାଳୁ ।