Below header

ନିର୍ବାଚନ କମିସନଙ୍କ ନୂଆ ନିର୍ବାଚନୀ ଚିହ୍ନ ତାଲିକା , ଜାଣନ୍ତୁ କ’ଣ ରହିଛି

ମହାରାଷ୍ଟ୍ରରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ପାଇଁ ଉଭୟ ସ୍ବାଧୀନ ପ୍ରାର୍ଥୀ ଏବଂ କ୍ଷୁଦ୍ର ଦଳଗୁଡ଼ିକ ପାଇଁ ନିର୍ବାଚନ କମିସନ ନିଜ ତାଲିକାରେ ୧୯୮ଟି ନୂଆ ନିର୍ବା‌ଚନୀ ଚିହ୍ନ ରଖିଛନ୍ତି। ଆଜିର ଆଧୁନିକ ଯୁଗ ସହ ତାଳ ଦେଇ ଲ୍ୟାପଟପ୍‌, ରୋବଟ୍‌, ସିସିଟିଭି କ୍ୟାମେରା, ଟୋଷ୍ଟର, ପେନ୍‌ଡ୍ରାଇଭ୍‌, ‌ହେଡଫୋନ୍‌, ମାଉସ୍‌ ଏବଂ କମ୍ପ୍ୟୁଟର ଭଳି ଚିହ୍ନ ରଖାଯାଇଛି। ୨୦୧୪ ମସିହାରେ ନିର୍ବାଚନ କମିସନ ୮୪ଟି ଚିହ୍ନ ଦେଇଥି‌ଲେ। ଚଳିତ ଲୋକସଭା ନିର୍ବାଚନ ପାଇଁ ଦେଇଥିବା ଚିହ୍ନ ତାଲିକାରେ ଉଭୟ ପୁରୁଣା ଏବଂ ନୂଆ ଚିହ୍ନ ରହିଛି। ଏହି ଚିହ୍ନଗୁଡ଼ିକ ମଧ୍ୟରେ ବିଭିନ୍ନ ଫଳ, ପନିପରିବା, ପ୍ରେସର କୁକର୍‌, ଫ୍ରାଇଂ ପ୍ୟାନ୍‌, ଟ୍ରାକ୍ଟର,ଗ୍ୟାସ୍‌ ସିଲିଣ୍ଡର, ‌ଷ୍ଟୋଭ୍‌, ଡିଜେଲ୍‌ ପମ୍ପ୍‌, ହେଲିକପ୍ଟର ଆଦି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.