କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ପୀଠରେ ଚାଲିଛି, ସିଂହବାହିନୀ ବେଶରେ ଦର୍ଶନ ଦେଉଛନ୍ତି ଜଗତଜନନୀ

କାକଟପୁର(କେନ୍ୟୁଜ୍): କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ପୀଠରେ ଶାରଦୀୟ ପୂଜା । ମୂଳାଷ୍ଠମୀରୁ ମହାଷ୍ଟମୀ ପଯ୍ୟର୍ନ୍ତ ସ୍ୱତନ୍ତ୍ର ରୀତିନୀତିରେ ଷୋଡ଼ଶ ଉପଚାରରେ ଚାଲିଛି ମା’ଙ୍କ ପୂଜା । ଯାହାକୁ ନେଇ ଉତ୍ସବମୁଖର କାକଟପୁରର ମା’ ମଙ୍ଗଳାଙ୍କ ମନ୍ଦିର ।

ସପ୍ତମୀ ତିଥିରେ ସିଂହବାହିନୀ ବେଶରେ ଦର୍ଶନ ଦେଉଛନ୍ତି ମା’ । ମାଆଙ୍କର ଏହି ବେଶ ଦର୍ଶନ କରିବାକୁ ବିଭିନ୍ନ ସ୍ଥାନରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି । ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ନବପତ୍ରିକା ଠାରୁ ମା ମଙ୍ଗଳାଙ୍କ ଆରମ୍ଭ ହୋଇଛି ବିଭିନ୍ନ ବେଶ । ପ୍ରତ୍ୟେକ ଦିନ ମାଆ ଭିନ୍ନ ଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ସିଂହବାହିନୀ ଉପଲକ୍ଷେ ଶ୍ରଦ୍ଧାଳୁମାନଙ୍କ ପାଇଁ ସଂସ୍କୃତ ମନ୍ତ୍ରୀ ଓ ସ୍ଥାନୀୟ ବିଧାୟକଙ୍କ ପକ୍ଷରୁ ଭଜନ କାର୍ଯ୍ୟକ୍ରମ କରାଯାଇଛି । ଦୀର୍ଘ ୨ବର୍ଷ କରୋନା ଯୋଗୁ ମାଆଙ୍କ ଏହି ଦୁର୍ଲଭ ବେଶ ଦର୍ଶନରୁ ବଞ୍ଚିତ ଥିଲେ ଶ୍ରଦ୍ଧାଳୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.