Below header

ମନ୍ଦିର ପରିସରରୁ କାଠ କାଟି ନେବା ବେଳେ ଧରା ପଡିଲେ ମାଫିଆ

ପଟ୍ଟାମୁଣ୍ଡାଇ(କେ ନ୍ୟୁଜ): ମନ୍ଦିର ପରିସରରୁ କାଠ କାଟି ନେବା ବେଳେ କାଠ ଜବତ । ନୃସିଂହନାଥ ମନ୍ଦିର ପରିସରରେ ଥିବା ଲକ୍ଷାଧିକ ଟଙ୍କା ମୂଲ୍ୟର କାଠକୁ କାଟି ବିକ୍ରି କରୁଥିବା ସମୟରେ କାଠ ମାଫିଆ ଧରାପଡିଛନ୍ତି। ପଟ୍ଟାମୁଣ୍ଡାଇ ବ୍ଲକ ନରସିଂହପୁର ପଞ୍ଚାୟତର ମଠସାହି ଗାଁର ଘଟଣା। ସ୍ଥାନୀୟ ତହସିଲଦାର କାଠକୁ ଜବତ କରିଛନ୍ତି। ମନ୍ଦିର ପରିସରରେ ଥିବା ଗଛକୁ ଗ୍ରାମବାସୀଙ୍କ ଅଜାଣତରେ ତଥା ପ୍ରଶାସନର ବିନା ଅନୁମତିରେ ଗାଁର କିଛି ଲୋକ କାଟି ବିକ୍ରି କରୁଥିବା ଅଭିଯୋଗ ହୋଇଛି।

କାଠ କାଟିବା ସମୟରେ ଗାଁର କିଛି ଯୁବକ ବିରୋଧ କରିଥିଲେ। ପରେ ଉତେଜନା ହେବାରୁ ସ୍ଥାନୀୟ ତହସିଲଦାରଙ୍କୁ ଖବର ଦିଆଯାଇଥିଲା। ସ୍ଥାନୀୟ ତହସିଲଦାର କାଠଜୁ ଜବତ କରିଥିବା ବେଳେ ଆଉ କିଛି କାଠ ଘଟଣାସ୍ଥଳରେ ପଡି ରହିଥିବା ଦେଖିବାକୁ ମିଳଛି। ଯେଉଁମାନେ ଗଛ କାଟିଛନ୍ତି, ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ଥାନିୟ ବାସିନ୍ଦା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.