Below header

ବ୍ୟକ୍ତିଙ୍କୁ ମିଳିଲା ଅନ୍ୟ ଗ୍ରହର ୪.୬ ଶହ କୋଟି ବର୍ଷ ପୁରୁଣା ଖଜାନା, ଏବେ ହେଲେ ମାଲାମାଲ

କେତେବେଳେ କାହା ଭାଗ୍ୟ ଚମକିବ ତାହା କହିବା ମଧ୍ୟ ସାଧାରଣ ମଣିଷ ପାଖେ ସମ୍ଭବ ନୁହେଁ । ବର୍ତ୍ତମାନ ସୋସିଆଲ ମିଡିଆରେ ସେମିତି କିଛି ଖବର ଚହଳ ସୃଷ୍ଟି କରିଛି । ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ରହୁଥିବା ଜଣେ ବ୍ୟକ୍ତିଙ୍କ ସହିତ ଏମିତି କିଛି ଘଟିଛି ହୁଏତ ନିଜ ଆଖିରେ ନ ଦେଖିବା ଯାଏଁ ତାକୁ କେହି ବିଶ୍ୱାସ ମଧ୍ୟ କରିବେ ନାହିଁ । ଏମିତିକି ଏହି ବ୍ୟକ୍ତିଙ୍କୁ ମଧ୍ୟ ଜଣା ନଥିଲା କି ତାଙ୍କୁ ଏମିତି କିଛି ଜିନିଷ ମିଳିଛି ଯାହାକି ଏହି ଗ୍ରହର ହିଁ ନୁହେଁ । ବ୍ୟକ୍ତି ଜଣଙ୍କ ପ୍ରଥମେ ଏହାକୁ ସୁନା ବୋଲି ଭାବୁଥିଲେ କିନ୍ତୁ ସୁନା ଠାରୁ ବି ଅଧିକ ମୂଲ୍ୟବାନ  ଏହି ଜିନିଷ । ତେବେ ଖବର ମୁତାବକ ଏହି ବହୁମୂଲ୍ୟ ପଦାର୍ଥ ଯେଉଁ ବ୍ୟକ୍ତିଙ୍କୁ ମିଳିଛି ତାଙ୍କ ନାମ ହେଉଛି ଡେବିଡ ହୋଲ ।

୨୦୧୫ ମସିହାରେ ଡେବିଡ ହୋଲଙ୍କୁ ହଳଦିଆ ରଙ୍ଗର ପଥର ମେଲବର୍ଣ୍ଣ ପାଖରେ ଥିବା ମେରୀବୋରୋ ରିଜୋନାଲ ପାର୍କରେ ମିଳିଥିଲା । ତେବେ ରିପୋର୍ଟ ଅନୁଯାୟୀ ୧୯୦୦ ଶତାବ୍ଦିରୁ  ଏଠାରେ ସୁନା ମିଳିବା ସାଧାକଣ କଥା ଥିଲା । ସେଥିପାଇଁ ଡେବିଡଙ୍କୁ ଲାଗିଲା ଯେ ସେ ପାଇଥିବା ହଳଦିଆ ପଥର ହେଉଛି ସୁନା । ଡେବିଡ ନିଜ ପାଖରେ ସେହି ପଥରକୁ ୬ ବର୍ଷ ପର୍ଯ୍ୟନ୍ତ ହିଁ ରଖିଥିଲେ ।

 

ତେବେ ଡେବିଡ ପାଇଥିବା ଏହି ପଥରକୁ ଅନେକ ଥର ଭାଙ୍ଗିବା ପାଇଁ ଚେଷ୍ଟା ମଧ୍ୟ କରିଛନ୍ତି କିନ୍ତୁ ଏହି ପଥର ବାରମ୍ବାର ତଳେ ପଡିଲେ କିମ୍ବା କୌଣସି ବସ୍ତୁରେ ପିଟିଲେ ମଧ୍ୟ ଭାଙ୍ଗୁ ନଥିଲା । ବ୍ୟସ୍ତ ହୋଇ ଡେବିଡ ଏହି ପଥରକୁ ଏକ ମ୍ୟୁଜିୟମକୁ ନେଇ ଚାଲିଗଲେ । ମ୍ୟୁଜିୟମରେ ଏହି ପଥରକୁ ଯିଏ ବି ଦେଖିଲା ସେ ଆଶ୍ଚର୍ଯ୍ୟ ହୋଇଯାଉଥିଲା । ତେବେ ଶେଷରେ ଜଣାପଡିଥିଲା ଯେ ଏହି ପଥର ହେଉଛି ୧୯୦୦ ଶତାବ୍ଦି ପୁରୁଣା ଉଲ୍କାପିଣ୍ଡ । ସିଡନି ମର୍ଣ୍ଣିଙ୍ଗ ହେରାଲ୍ଡଙ୍କ ସହିତ କଥା ହୋଇ ମ୍ୟୁଜିୟମର ବୈଜ୍ଞାନିକ ଡେରମୋଟ ହେନରୀ କିହିଛନ୍ତି ଯେ ତାଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ୨ ଟି ଅସଲି ଉଲ୍କାପିଣ୍ଡ ମିଳିଛି । ତେବେ ଏହାକୁ ମ୍ୟୁଜିୟମରେ ଦେବାପରେ ଡେବିଡଙ୍କ ଅଧିକ ଟଙ୍କା ମଧ୍ୟ ମିଳିଥିଲା । ଯାହାକୁ ସେ ସୁନା ବୋଲି ଭାବିଥିଲେ ତାର ମୂଲ୍ୟ ସୁନା ଠାରୁ ବି ଅଧିକ ବୋଲି ସେ କେବେ ଭାବି ବି ନଥିଲେ । ତେବେ ଏହାକୁ ହିଁ ସୌଭାଗ୍ୟ କୁହାଯାଇ ପାରିବ ଦର୍ଶକବନ୍ଧୁ । ଭାଗ୍ୟରେ ଥିଲେ ହିଁ ଅନ୍ୟ ଗ୍ରହର ଏପରି ମୂଲ୍ୟବାନ ବସ୍ତୁ ମିଳିଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.