ଶେଷ ହୋଇଛି ତ୍ରୟୋଦଶ ବାର୍ଷିକ ମହୋଦଧି ଆରତୀ, ଯୋଗ ଦେଲେ ବିଭିନ୍ନ ମଠର ସାଧୁସନ୍ଥ

ପୁରୀ: ଶେଷ ହୋଇଛି ତ୍ରୟୋଦଶ ବାର୍ଷିକ ମହୋଦଧି ଆରତୀ । ଜଗଦଗୁରୁ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ସହ ଗଜପତି ମହାରାଜା ଓ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍‌ ମହୋଦଧି ବନ୍ଦାପନା ସହ ଆରତୀ କରିଛନ୍ତି । ପ୍ରତିବର୍ଷ ପୌଷ ପୂର୍ଣ୍ଣିମାରେ ମହୋଦଧି ଆରତୀ କରାଯାଏ । ସକାଳେ ନାମ ସଙ୍କୀର୍ତ୍ତନ, ସୁନ୍ଦରାକାଣ୍ଡ ଓ ଅପରାହ୍ନରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ମଠର ସାଧୁସନ୍ଥ, କ୍ରିୟାଯୋଗ ଆଶ୍ରମର ସ୍ୱାମୀ ପ୍ରଜ୍ଞାନା ନନ୍ଦ ମହାରାଜ, ବିଧାୟକ ଜୟନ୍ତ ଷଡଙ୍ଗୀ , ବିଜେଡି ବିଧାୟକ ଅମର ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ । ମହୋଦଧି ଆରତି ଦ୍ୱାରା ବରୁଣ ଦେବତାଙ୍କୁ ସନ୍ତୁଷ୍ଟ କରି ସୁରକ୍ଷା ସହ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରାଯାଇପାରିବ । ଏହି ଅବସରରେ ୧୦୦୮ ଦୀପ ଲଗାଯାଇଥିଲା । ମହୋଦଧି ଆରତି ଆଧ୍ୟାତ୍ମିକ ଓ ଭାବାତ୍ମକ ପରିବେଶ ସୃଷ୍ଟି କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.