ଆଠଗଡ଼: ଜେନାପଦା ଗୁଳିମାଡ଼ ଘଟଣାର ମୁଖ୍ୟ ଅଭିଯୁକ୍ତ ଜଣେ ଅବସରପ୍ରାପ୍ତ ଯବାନ, ଗିରଫ କଲା ପୋଲିସ

ବରଗଡ଼ ଜିଲ୍ଲାର ପଦ୍ମପୁର ଅଞ୍ଚଳରେ ଲୁଚି ରହିଥିବା ବେଳେ ତାକୁ ଗିରଫ କରାଯାଇଛି। ତା ଠାରୁ ହତ୍ୟାରେ ବ୍ୟବହୃତ ମାଉଜର ସହିତ ୩୫ଟି ଜୀବନ୍ତ ଗୁଳି ଜବତ ହୋଇଛି।

ଆଠଗଡ଼(କେନ୍ୟୁଜ୍): କଟକ ଜିଲ୍ଲା ଆଠଗଡ଼ ଥାନା ଜେନାପଦା ଗୁଳିମାଡ଼ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ। ମୁଖ୍ୟ ଅଭିଯୁକ୍ତ ଅବସରପ୍ରାପ୍ତ ଯବାନ ସଦାନନ୍ଦ ଦାସକୁ ଗିରଫ କରିଛି ଆଠଗଡ଼ ଥାନା ପୋଲିସ। ବରଗଡ଼ ଜିଲ୍ଲାର ପଦ୍ମପୁର ଅଞ୍ଚଳରେ ଲୁଚି ରହିଥିବା ବେଳେ ତାକୁ ଗିରଫ କରାଯାଇଛି। ତା ଠାରୁ ହତ୍ୟାରେ ବ୍ୟବହୃତ ମାଉଜର ସହିତ ୩୫ଟି ଜୀବନ୍ତ ଗୁଳି ଜବତ ହୋଇଛି।

ଫେବୃଆରୀ ୧୨ତାରିଖରେ ସଦାନନ୍ଦ ଜେନାପଦା ଗାଁକୁ ଯାଇ ସେଠାରେ ଗଣ୍ଡଗୋଳ କରିଥିଲେ। ତାଙ୍କୁ ଅଟକାଇବାରୁ ସେ ସାତରାଉଣ୍ଡ ଗୁଳି ମାଡ଼ କରିଥିଲେ। ଏଥିରେ ୩ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବଂଶୀଧର ନାୟକଙ୍କ ମୃତ୍ୟୁ ହୋଇଥିଲା। ଗୁଳିମାଡ଼ ଘଟଣା ପରଠାରୁ ସଦାନନ୍ଦ ଫେରାର ରହିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.