ମାଲକାନଗିରି ସଦର ଡିଏସ୍‌ପି କଳାହାଣ୍ଡିରେ ଅଟକ, ମହିଳା କନେଷ୍ଟବଳ ଆଣିଲେ ପ୍ରତାରଣା ଅଭିଯୋଗ

କଳାହାଣ୍ଡି : ଜଣେ ମହିଳା କନେଷ୍ଟବଳଙ୍କୁ ପ୍ରେମ ପରେ ପ୍ରତାରଣା ଅଭିଯୋଗରେ ବରିଷ୍ଠ ପୋଲିସ୍‌ ଅଧିକାରୀ ଅଟକ । ମାଲକାନଗିରି ସଦର ଡିଏସପି କଳାହାଣ୍ଡିର କେସିଙ୍ଗା ଥାନାରେ ଅଟକ ରହିଛନ୍ତି ।
ମାଲକାନଗିରିରେ କାର୍ଯ୍ୟରତ ଡିଏସପି ଅକ୍ଷୟ କୁମାର ନାୟକଙ୍କ ବିରୁଦ୍ଧରେ ସଂପୃକ୍ତ ମହିଳା କନେଷ୍ଟବଳ କେସିଙ୍ଗା ଥାନାରେ ଅଭିଯୋଗ କରିଥିଲେ । ଏହାପରେ କେସିଙ୍ଗା ପୋଲିସ ଅଟକ ରଖି ତଦନ୍ତ ଚଳାଇଛି ।
ଅକ୍ଷୟ କୁମାର କଳାହାଣ୍ଡି କେସିଙ୍ଗାରେ ପୂର୍ବରୁ ଏସ୍‌ଡିପିଓ ଭାବରେ ଦାୟିତ୍ୱରେ ଥିଲେ । ସେତେବେଳେ ସେ ସମ୍ପୃକ୍ତ କନେଷ୍ଟବଳଙ୍କୁ ମନ୍ଦିରରେ ବାହା ହୋଇଥିଲେ ବୋଲି ଅଭିଯୋଗ ହୋଇଛି । ତେବେ ପରେ ପ୍ରତାରଣା କରିଥିବା କେସିଙ୍ଗା ଥାନାରେ ଦେଇଥିବା ଏତାଲାରେ ମହିଳା କନେଷ୍ଟବଳ ଜଣକ ଲିଖିତ ଅଭିଯୋଗ କରିଛନ୍ତି ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.