ଭଡ଼ା କ୍ୟାନ୍‌ସେଲ ନେଇ ଉଚ୍ଚବାଚ୍ଚ ପରେ ଡ୍ରାଇଭରଙ୍କୁ ଯୁବକଙ୍କ ମାଡ଼, ଥାନାରେ ମାମଲା

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱରର ବିଚ୍‌ ରାସ୍ତାରେ ଅଟୋ ଡ୍ରାଇଭରକୁ ନିସ୍ତୁକ ମାଡ଼। ଭଡ଼ା କ୍ୟାନ୍‌ସେଲ ନେଇ ଉଚ୍ଚବାଚ୍ଚ ପରେ ଅଟୋ ଡ୍ରାଇଭରଙ୍କୁ ଯୁବକଙ୍କ ମାଡ଼। ଏନେଇ ନୟାପଲ୍ଲୀ ଥାନାରେ ମାମଲା ରୁଜୁ ହୋଇଛି। ମାଡ଼ ମାରିଥିବା ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ। ନୟାପଲ୍ଲୀରୁ କ୍ୟାପିଟାଲ ହସ୍‌ପିଟାଲ ଯିବାକୁ ଜଣେ ଯୁବତୀ ଅନ୍‌ଲାଇନରେ ଅଟୋ ଭଡ଼ା କରିଥିଲେ।

 

ତେବେ ଇନ୍ଦ୍ରଧନୁ ମାର୍କେଟ ଆଗରେ ଦୀର୍ଘ ସମୟ ଧରି ଯୁବତୀ ଜଣକ ଅଟୋ ଅଟକାଇ ରଖିବାରୁ ଭଡ଼ା କ୍ୟାନ୍‌ସେଲ କରିବାକୁ କହିଥିଲେ ଅଟୋ ଡ୍ରାଇଭର। ଏହାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହେବା ପରେ ଯୁବତୀଙ୍କ ପୁରୁଷ ବନ୍ଧୁ ଓ ଯୁବତୀ ଜଣକ ଅଟୋ ଡ୍ରାଇଭରକୁ ନିସ୍ତୁକ ମାଡ଼ ମାରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.