ରାସ୍ତା କଡ଼ରେ ଉଦ୍ଧାର ହୋଇଛି ବ୍ୟକ୍ତିଙ୍କ ମୃତ ଶରୀର

ନିଆଳି(କେନ୍ୟୁଜ୍) : ମୃତ ଦେହ ଉଦ୍ଧାର। ଫୁଲନଖରା ନିଆଳି ରାସ୍ତାର ତ୍ରିନାଥ ବଜାରର ଅନତି ଦୂରରେ ଥିବା ବିଶ୍ବ ଶାନ୍ତି ସରୋବର ନିକଟ ରାସ୍ତା କଡ଼ରେ ଜଣେ ବ୍ୟକ୍ତିଙ୍କ ମୃତଶରୀର ଦେଖି ସ୍ଥାନୀୟ ଲୋକ ପାହାଳ ପୋଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି।

ପ୍ରାଥମିକ ତଦନ୍ତରୁ ବ୍ୟକ୍ତି ଜଣକ ବଡ଼ମ୍ବା ଥାନା ଅନ୍ତର୍ଗତ ବଡ଼ସାହି ସଙ୍ଖାମାଳି ଅଞ୍ଚଳର ସନ୍ତୋଷ ସାହୁ ବୋଲି ଜଣାପଡିଛି। ମୃତ ବ୍ୟକ୍ତିଙ୍କ ପକେଟରୁ ଏଟଇଏମ୍ କାର୍ଡ ଏବଂ ଆଧାର କାର୍ଡ ମିଳିଛି। ବ୍ୟକ୍ତିଙ୍କ ନାକରୁ ପ୍ରବଳ ମାତ୍ରାରେ ରକ୍ତଶ୍ରାବ ହୋଇଥିବା ଦେଖିବାକୁ ମିଳିଛି। ବ୍ୟକ୍ତିଙ୍କ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଥିବା ବେଳେ ଘଟଣାର ତଦନ୍ତ ଚଳାଇଛି ପୋଲିସ।