ରୋଗ ଭଲ କରିବାକୁ ୫୦୦ ଚେଙ୍କ ନେଲେ, ସେଇ ଚେଙ୍କ ନେଇଗଲା ଜୀବନ

ବାଂଶପାଳ (କେନ୍ୟୁଜ୍‌) : ଅନ୍ଧବିଶ୍ୱାସର ଅନ୍ଧଗଳିରୁ ବାହାରି ପାରୁନାହାନ୍ତି ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲ୍ଲାର କେତେକ ଅଧିବାସୀ । ସେଇଥି ପାଇଁ ଏଇ ଅନ୍ଧବିଶ୍ୱାସ ଜଣକ ପରେ ଜଣଙ୍କ ଜୀବନ ନେଉଛି । ଏମିତି ଏକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ତଳକାଇଁସାରୀ ପଞ୍ଚାୟତରେ । ଏହାର ଉପର କଇଁସାରୀ ଗାଁରେ ଚେଙ୍କ ଚିକିତ୍ସା ପାଇଁ ବିକାଶ ଦେହୁରୀ ମାତ୍ର ୩୪ ବର୍ଷରେ ପ୍ରାଣ ହରାଇଛନ୍ତି ।

ଯକ୍ଷ୍ମା ରୋଗରେ ଆକ୍ରାନ୍ତ ବିକାଶଙ୍କୁ ଉପଯୁକ୍ତ ଚିକିତ୍ସା ମିଳିଲା ନାହିଁ । ତେଣୁ ତାଙ୍କର ଚେଙ୍କ ଚିକିତ୍ସା କରାଯାଉଥିଲା । ଗତ କିଛିଦିନ ହେଲା ତାଙ୍କ ଯନ୍ତ୍ରଣା ବଢ଼ି ଚାଲିଥିଲା । ଏପଟେ ଦେହରେ ଚେଙ୍କ ବି ଦିଆ ହେଉଥିଲା । ଏହା ଭିତରେ ଦେହ ସାରା ପ୍ରାୟ ୫୦୦ ଚେଙ୍କା ଦିଆ ସରିଥିଲା ।

ବୋଧହୁଏ ଦେହର ଆଉ କେଉଁଠି ଜାଗା ବାକି ନଥିଲା ଚେଙ୍କ ଦେବା ପାଇଁ । ଚେଙ୍କ ଖାଇ ଖାଇ ବିକାଶ ସମ୍ପୂର୍ଣ୍ଣ ଦୁର୍ବଳ ହୋଇପଡ଼ିଥିଲେ । ଶେଷରେ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କ ସ୍ତ୍ରୀ ଦ୍ରୌପଦୀ ଦେହୁରୀ ଏବଂ ଦୁଇ ଛୋଟ ଛୋଟ ପୁଅ ଏବେ ବେସାହାରା ହୋଇଯାଇଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.