ଭାଙ୍ଗ ଉପରେ ରିସର୍ଚ୍ଚ କରିବାକୁ ଏହି କମ୍ପାନୀକୁ ଭାରତ ସରକାର ଦେଲେ ୫୦ ଲକ୍ଷ ଟଙ୍କାର ଅନୁଦାନ

ନୂଆଦିଲ୍ଲୀ : ଭାଙ୍ଗ ଉପରେ ରିସର୍ଚ୍ଚ କରିବା ପାଇଁ ଫାର୍ମା କମ୍ପାନୀ HempStreet କୁ ଭାରତ ସରକାରଙ୍କ ପକ୍ଷରୁ ୫୦ ଲକ୍ଷ ଟଙ୍କାର ଅନୁଦାନ ମିଳିଛି । ଆୟୁର୍ବେଦିକ ମେଡିସିନ ଉପରେ ରିସର୍ଚ୍ଚ ଓ ଏହାକୁ ବିକଶିତ କରିବା ପାଇଁ ଭାଙ୍ଗ ଉପରେ ଏହି କମ୍ପାନୀ ରିସର୍ଚ୍ଚ କରିବ ।

ପ୍ରାରମ୍ଭିକସ୍ତରରେ ରିସର୍ଚ୍ଚ ପ୍ରୋଜେକ୍ଟ ପାଇଁ ସରକାର ୫୦ ଲକ୍ଷ ଟଙ୍କାର ଅନୁଦାନ ଦେଇଛନ୍ତି । ୧୮ ମାସର ରିସର୍ଚ୍ଚ ପାଇଁ ଭାରତ ସରକାର ଏହି ଅନୁଦାନ ଦେଇଛନ୍ତି । ଏହାପୂର୍ବରୁ ବାୟୋଟେକ୍‌ ଭଳି ବଡ଼ କମ୍ପାନୀକୁ ଏହି ଅନୁଦାନ ମିଳି ସାରିଛି । ଯିଏକି କୋଭିଡ ଭ୍ୟାକ୍‌ସିନ ଉପରେ ତା’ର ରିସର୍ଚ୍ଚ ଜାରି ରଖିଛି ।

ରୋଗ ଉପଚାରରେ ହେବ ଭାଙ୍ଗର ପ୍ରୟୋଗ :

ଦେଶର ପ୍ରମୁଖ ବୈଜ୍ଞାନିକଙ୍କ ସହ ମିଶି ରୋଗ ଉପଚାର ଉପରେ ଭାଙ୍ଗର ପ୍ରୟୋଗ ଉପର ରିସର୍ଚ୍ଚ କରୁଛି ବୋଲି HempStreet କମ୍ପାନୀ ପ୍ରକାଶ କରିଛି । ଏହି କମ୍ପାନୀ ସାରା ଦେଶରେ ପ୍ରାୟ ୨୨୦ରୁ ଅଧିକ ଆୟୁର୍ବେଦିକ କ୍ଲିନିକରେ ୬୦ ହଜାର ଡାକ୍ତର ୩.୫ କୋଟି ରୋଗୀଙ୍କୁ ସେବା ଯୋଗାଇ ଦେଉଛନ୍ତି । ଭାଙ୍ଗ ଉପରେ ଏହି ରିସର୍ଚ୍ଚ ଭାରତୀୟ ନିଶା ଇଣ୍ଡଷ୍ଟ୍ରିକୁ ବହୁତ ଉଚ୍ଚତାକୁ ନେଇଯିବ କମ୍ପାନୀର ସିଇଓ ଅଭିଷେକ ମୋହନ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.