ଯାଜପୁର: ନାନପୁର ଗ୍ରାମରେ ଅଘଟଣ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଯାଜପୁର(କେନ୍ୟୁଜ): ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣଙ୍କର ମୃତ୍ୟୁ ଅଭିଯୋଗ। ମୃତକ ହେଲେ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଆରୁହା ପଞ୍ଚାୟତ ନାନପୁର ଗ୍ରାମର ମହେନ୍ଦ୍ର ମଲିକ। ମହେନ୍ଦ୍ର ଆଜି ସକାଳେ ଗୁହାଳରୁ ଗାଈକୁ ବାହାର କରି ନେଉଥିବା ବେଳେ ପୂର୍ବରୁ ଛିଡି ପଡିଥିବା ଏକ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯାଇଥିଲେ।

ଯାହାଫଳରେ  ସେଠାରେ ହିଁ ସେ ସଜ୍ଞାହୀନ ଅବସ୍ଥାରେ ପଡି ଯାଇଥିଲେ। ପରିବାର ଲୋକେ ଏହାଦେଖି ତାଙ୍କୁ ନିକଟସ୍ଥ ଧର୍ମଶାଳା ମେଡିକାଲରେ ଭର୍ତ୍ତି କରିଥିଲେ ମଧ୍ଯ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଧର୍ମଶାଳା ପୋଲିସ ମୃତଦେହକୁ ଜବତ କରି ବ୍ଯବଛେଦ ପାଇଁ ପଠାଇ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.