ବିନା ପରୀକ୍ଷାରେ ଭଲ ଦରମାରେ ମିଳିବ ଚାକିରି, ONGC ରେ କରନ୍ତୁ ଆବେଦନ

ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଅଏଲ ଆଣ୍ଡ ନ୍ୟାଚୁରାଲ ଗ୍ୟାସ କର୍ପୋରେସନରେ ଚାକିରି କରିବା ପାଇଁ ଯୁବପିଢିଙ୍କ ପାଇଁ ସୁଯୋଗ। ଏଠାରେ ବିଭିନ୍ନ ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରାଯାଉଛି। ତେଣୁ ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଓଏନଜିସିର ଅଧିକାରକ େଓ୍ଵବସାଇଟକୁ ଯାଇ ongcindia.com କୁ ଯାଇ ଆବେଦନ କରିପାରିବେ। ଏଠାରେ ଆବେଦନ କରିବାର ଶେଷ ତାରିଖ ୧୫ ମଇ ରହିଛି।

ଏହାଛଡା ପ୍ରାର୍ଥୀ https://www.apprenticeshipindia.gov.in/ ଲିଙ୍କକୁ ଯାଇ ଆବେଦନ କରିପାରିବ। ଏହାସହିତ https://www.ongcindia.com/wps/wcm/connect/41e15bb5-21b3-4503-831 ଲିଙ୍କରେ କ୍ଲିକ କରି ଅଧିକାରକ ନୋଟିଫିକେସନକୁ ଯାଇ ଚେକ୍‌ କରିପାରିବେ।

ପଦବୀ ବିବରଣୀ: ୩୬୧୪

ମୁମ୍ବାଇ ସେକ୍ଟର: ୩୦୫
ଉତ୍ତର ସେକ୍ଟର: ୨୦୯
ପଶ୍ଚିମ ସେକ୍ଟର: ୧୪୩୪
ପୂର୍ବ ସେକ୍ଟର: ୭୪୪
ଦକ୍ଷିଣ ସେକ୍ଟର: ୬୯୪
କେନ୍ଦ୍ରୀୟ ସେକ୍ଟର: ୨୨୮

ଜରୁରୀ ତାରିଖ : ଆବେଦନ କରିବାର ତାରି ୨୭ ଏପ୍ରିଲରୁ ଆରମ୍ଭ ହୋଇଥିବା ବେଳେ ଶେଷ ୧୫ ମଇ ୨୦୨୨କୁ ହେବ।

ଶିକ୍ଷାଗତ ଯୋଗ୍ୟତା : ଗ୍ରାଜୁଏଟ ଆପାରଣ୍ଟିସ ପାଇଁ କୌଣସି ମାନ୍ୟତାପ୍ରାପ୍ତ ସଂସ୍ଥାରୁ କମର୍ସ, ସାଇନ୍ସ କିମ୍ବା ବିଜନେସ ମ୍ୟାନେଜମେଣ୍ଟରେ ଗ୍ରାଜୁଏସନ କରିଥିବା ଜରୁରୀ।

ଡିପ୍ଲୋମା ଆପାରଣ୍ଟିସ ପାଇଁ ସମ୍ବନ୍ଧିତ ଟ୍ରେଡରେ ଡିପ୍ଲୋମା କରିଥିବା ଜରୁରୀ।

ଟ୍ରେଡ୍‌ ଆପାରଣ୍ଟିସ ପାଇଁ କୌଣସି ମାନ୍ୟତାପ୍ରାପ୍ତ ବୋର୍ଡରୁ ୧୦ମ କିମ୍ବା ଆଇଟିଆଇ ପାସ୍‌ କରିଥିବା ଜରୁରୀ।

ବୟସ ସୀମା: ଆବେଦନକାରୀଙ୍କ ବୟସ ସୀମା : ୧୮ରୁ ୨୪ ବର୍ଷ ହେବା ଜରୁରୀ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ :

https://www.apprenticeshipindia.gov.in/

https://www.ongcindia.com/wps/wcm/connect/41e15bb5-21b3-4503-831

You might also like