ଜନ୍ମ ପର ଠାରୁ ବାପାକୁ ଦେଖିନି ପୁଅ, ଛଅ ମାସର ଗର୍ଭବତୀ ଥିବା ବେଳେ ସ୍ତ୍ରୀକୁ ଛାଡି ନିଖୋଜ ହୋଇ ଯାଇଛନ୍ତି ସ୍ୱାମୀ

ସୋରଡା (କେନ୍ୟୁଜ) : ଦୀର୍ଘ ଚାରି ବର୍ଷ ହେବ ସ୍ୱାମୀଙ୍କର ଫେରିବା ବାଟକୁ ଚାହିଁ ରହିଛି ସ୍ତ୍ରୀ । ଏ ଦୁଃଖଦ ଘଟଣା ହେଉଛି ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ ବଡଗଡ ଥାନା ଚାକୁଣ୍ଡା ଗାଁର । ଏହି ଗାଁର ବାୟାରାମ ବିଶୋଇ। ସବୁ ପରିବାରଙ୍କ ଭଳି ସେ ମଧ୍ୟ ଚାହିଁଥିଲେ ବାପା ମା, ପୁଅ ବୋହୁ, ନାତି ନତୁଣୀ ସହିତ ଖୁସିରେ ସମୟ କଟିବାକୁ । କିନ୍ତୁ କାଳର କରାଳ ଚକ୍ରରେ ସବୁ କିଛି ଯେମିତି ଚୁରମାର ହୋଇଯାଇଛି। ସ୍ତ୍ରୀ ଲକ୍ଷ୍ମୀ ଓ ଚାରି ପୁଅ ଙ୍କୁ ଧରି ବେସ ଖୁସିରେ ପରିବାର ଚଳୁଥିଲା ବାୟାରାମ ବିଶୋଇଙ୍କର। ଚାଷ କାମରେ ପରିବାର ଚଳେ ତାସହିତ କିଛି ଟଙ୍କା ମଧ୍ୟ ସଞ୍ଚିତ କରୁଥିଲେ । ବଡ ପୁଅ ଅନିଲଙ୍କୁ ବାଦଗଡ ଗ୍ରାମ କମିନପ୍ରଧାନଙ୍କ ଝିଅ ସୁପୁନୀଙ୍କ ସହିତ ବଡ ଧୂମଧାମ ରେ ୨୦୧୪ରେ ବିବାହ କରିଥିଲେ । ବିବାହ ପରେ ବେଶ ହସଖୁସିରେ କଟିଲା କିନ୍ତୁ ବିବାହର ଦୁଇ ବର୍ଷ ପରେ ଅର୍ଥାତ୍‌ ୨୦୧୪ରେ ପୁଅ ଅନିଲ ଚୁପ ଚାପ ଘରେ ବସି ରହିବାରୁ ବାପା ବାୟାରାମ ପୁଅକୁ ଧରି ଭୁବନେଶ୍ଵର ସମ ମେଡିକାଲ କୁ ନେଇ ଡାକ୍ତରଙ୍କୁ ଦେଖାଇଲେ ଏବଂ ସେଠାରୁ ମେଡ଼ିସିନ ନେଇ ଘରକୁ ଫେରିଲେ ।

୨୦୧୭ମେ ମାସରେ ବାପା ପୁଅ ଅନିଲକୁ କିଛି ଟଙ୍କା ଦେଇ ଗାଈ କିଣିବା ପାଇ ପଠାଇଥିଲେ କିନ୍ତୁ ଗାଈ କିଣିବା ବଦଳରେ କାହାକୁ କିଛି ନକହି ସେହି ଟଙ୍କା ନେଇ ଅନିଲ ସୁରାଟ ପଳାଇଲେ କରି ଅଧିକ ରୋଜଗାର କରିବାକୁ। ସେତେବେଳକୁ ସ୍ତ୍ରୀ ସୁପୁନୀ ଛଅ ମାସର ଗର୍ଭବତୀ ଥିଲେ । ଘର ଲୋକ ତାଙ୍କୁ ବହୁ ଖୋଜା ଖୋଜି କରିବା ପରେ ଦଶ ଦିନ ପରେ ସୁରାଟରେ ରହୁଥିବା ଗାଁର କିଛି ପିଲା କହିଲେ ଅନିଲ ଆମ ପାଖରେ ଅଛି । କିନ୍ତୁ ସୁରାଟରେ ଅନିଲଙ୍କ ଚୁପ୍‌ ରହିବା ସ୍ୱଭାବକୁ ଦେଖି ସେଠିକାର ମାଲିକ ଅନିଲଙ୍କୁ କାମ ଦେବାକୁ ମନାକରିଦେଲେ । ଏହାପରେ ଗାଁ ଲୋକେ ଟିକେଟ କରି ଅନିଲକୁ ଟ୍ରେନରେ କିଛି ଖାଇବା ସାଙ୍ଗରେ ଦେଇ ବ୍ରହ୍ମପୁର ପଠାଇଲେ କିନ୍ତୁ ଅନିଲ ଟ୍ରେନରେ କୋରାପୁଟ ଚାଲିଗଲେ । କିନ୍ତୁ ସେଠାରୁ ଆଉ କେଉଁ ଆଡେ ଯାଇଛନ୍ତି ତାର ପତ୍ତା ମିଳୁନାହିଁ । ଘରେ ସ୍ତ୍ରୀ ସୁପୁନୀ ପ୍ରତିଦିନ ସ୍ୱାମୀଙ୍କର ଫେରିବା ବାଟକୁ ଚାହି ରହିଛନ୍ତି।

ପ୍ରତିଦିନ ଦାଣ୍ଡ ଦୁଆରକୁ ଯାଇ ରାସ୍ତାକୁ ଚାହିଁ ସ୍ୱାମୀ ଆସିଥିବେ ଭାବି ଆଖିରେ ଲୁହ ଝରାଇ କଇଁ କଇଁ ହୋଇ କାନ୍ଦୁଛନ୍ତି। ପୁଅ ସାଇ ଚାରି ବର୍ଷ ହେଇଗଲାଣି କିନ୍ତୁ ଏଯାଏଁ ବାପାକୁ ଦେଖିନି। ବାପା କେମିତି ଦେଖିବାକୁ ମଧ୍ୟ ସେ ଜାଣିନି। ଖାଲି ବାପାଙ୍କର ଥିବା ଏକ ଫଟୋକୁ ଦେଖି ଚାହିଁ ରହୁଛି। ଅନିଲଙ୍କ ବାପା ବାୟାରାମ ପୁଅକୁ ପ୍ରତିଦିନ ଝୁରୁଛନ୍ତି ଆଉ ଗାମୁଛାରେ ଲୁହ ପୋଛିଚାଲିଛନ୍ତି । ଆଉ ପ୍ରତିଟି ସହରରେ ଥିବା ପରିଚିତ ଲୋକଙ୍କୁ ପଚାରୁଛନ୍ତି ମୋ ପୁଅକୁ ଦେଖିଛ ।

ବାପା ବାୟାରାମ ବଡଗଡ ଥାନାରେ ପୁଅ ନିଖୋଜ ଥିବାକୁ ନେଇ ୨୦୧୭ରେ ଏତଲା ଦେଇଥିଲେ। କିନ୍ତୁ ପୋଲିସ ଅନିଲର କୌଣସି ଖୋଜ ଖବର ପାଇଲେନାହି । କେବଳ କହୁଛନ୍ତି ସନ୍ଧାନ ପାଇଲେ ଜଣାଇବୁ । ତେଣୁ ନିଖୋଜ ପୁଅର ଫେରିବା ବାଟକୁ ଚାହି ବସିଛନ୍ତି ପରିବାର ଲୋକେ। କିଛି ଉପାୟ ନପାଇ ଗଣମାଧ୍ୟମରେ ସାହାଯ୍ୟ ଲୋଡିଛନ୍ତି ପରିବାର। ତେଣୁ ଦର୍ଶକବନ୍ଧୁ ଯଦି କେହି ନିଖୋଜ ଅନିଲଙ୍କ ଖବର ପାଉଛନ୍ତି ତାହେଲେ ନିଶ୍ଚୟ ଜଣାଇବାକୁ ଅନୁରୋଧ।ଯାହାଦ୍ୱାରା ଭାଙ୍ଗିପଡିଥିବା ଏ ପରିବାର ମୁହଁରେ ପୁଣି ହସ ଫୁଟିଉଠିବ। ଜନ୍ମରୁ ଏବେ ସୁଦ୍ଧା ବାପାର ମୁହଁ ଦେଖିନଥିବା ପୁଅ ସାଇ ବାପା କୋଳରେ ଖେଳିପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.