ନାବାଳିକା ଦୁଷ୍କର୍ମକାରୀକୁ ଆଜୀବନ କାରାଦଣ୍ଡ ସହିତ ୧୦ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ

ଝାରସୁଗୁଡା(କେନ୍ଯୁଜ୍): ୫ ବର୍ଷର ନାବାଳିକା ସହ ଦୁଷ୍କର୍ମ କରିଥିବା ଅଭିଯୁକ୍ତକୁ ମିଳିଲା ଆଜୀବନ କାରାଦଣ୍ଡ । ଗତ ୨୦୧୮ ମସିହାରେ କୋଲାବିରା ଥାନା ଅଂଚଳର ରାଜେଶ ମୁଣ୍ଡା ନାମକ ଜଣେ ବ୍ଯକ୍ତି ନାବାଳିକାକୁ ବିଭିନ୍ନ ବାହାନା ଦେଖାଇ ନିଜ ଘରକୁ ଡାକି ନେଇ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା ।

ଏନେଇ ପରିବାର ଲୋକେ କୋଲାବିରା ଥାନାରେ ଲିଖିତ ଅଭିଯୋଗ କରିବାପରେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଆଜି ଝାରସୁଗୁଡା ଜିଲ୍ଲା ସେସନ ଜଜ୍ ଏହି ମାମଲାର ଶୁଣାଣି କରି ଅଭିଯୁକ୍ତକୁ ଆଜୀବନ କରାଦଣ୍ଡ ସହ ୧୦ହଜାର ଟଙ୍କା ଜରିମାନାର ନିର୍ଦ୍ଦେଶ ଦେଇଛନ୍ତି ।

ଯଦି ଅଭିଯୁକ୍ତ ଜରିମାନା ପୈଠ ନକରେ ଅଧିକ ୬ ମାସର କାରାଦଣ୍ଡ ବୃଦ୍ଧି ପାଇବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିବା ସରକାରୀ ଓକିଲ ପୃଥ୍ୱୀରାଜ ସିଂଦେଓ ସୂଚନା ଦେଇଛନ୍ତି । ୨୦ ଜଣ ବ୍ୟକ୍ତିଙ୍କର ସାକ୍ଷ୍ୟ ପ୍ରମାଣ ଆଧାରରେ ଅଭିଯୁକ୍ତକୁ ଆଜୀବନ ଦଣ୍ଡ ଦେଇଛନ୍ତି ଜଜ୍।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.