ପେନସନଧାରୀଙ୍କ ରହିବନି ପ୍ରୋବଲେମ୍, ଘରେ ବସି ଦେଇ ପାରିବେ ପରିଚୟପତ୍ର ଓ ଲାଇଫ ସାର୍ଟିଫିକେଟ୍

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟର ପେନସନଧାରୀଙ୍କୁ ଆଉ ବାରମ୍ବାର ସରକାରୀ ଅଫିସ ଦୌଡ଼ିବାକୁ ପଡିବ ନାହିଁ। ଘରେ ବସି ଦେଇ ପାରିବେ ପରିଚୟପତ୍ର ଓ ଲାଇଫ ସାର୍ଟିଫିକେଟ୍। ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ ଆଧାରିତ ଭିଡିଓ ଭେରିଫିକେସନ ପ୍ରକ୍ରିୟାରେ ଏହା ଦାଖଲ ହୋଇ ପାରିବ। 5-T ଏବଂ ମୋ ସରକାର ଅଭିଯାନ ଅଧିନରେ ଡିଜିଟାଲ ଲାଇଫ ସାର୍ଟିଫିକେଟ୍ ମେକାନିଜିମ୍ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ।
ମୁଖ୍ୟମନ୍ତ୍ରୀ କହିଛନ୍ତି ପେନସନଧାରୀଙ୍କୁ ଏହା ବହୁ ପରିମାଣରେ ସାହାଯ୍ୟ କରିବ।ବିଶେଷ କରି ବୟସ୍କ ପେନସନଭୋଗୀ ଉପକୃତ ହୋଇପାରିବେ । ସରକାରୀ ଅଫିସ ନ ଯାଇ ମୋବାଇଲ ଫୋନ୍ ଜରିଆରେ ଡିଜିଟାଲି ପରିଚୟ ଓ ଲାଇଫ ସାର୍ଟିଫିକେଟ ଦେଇ ପାରିବେ । ମୋ ସେବା କେନ୍ଦ୍ରରେ ମଧ୍ୟ ଏହି ସୁବିଧା ଉପଲବ୍ଧ ରହିବ । ପେନସନଧାରୀଙ୍କ ଲାଗି ଏପରି ସେବା ଆରମ୍ଭ କରିବାରେ ଦେଶରେ ଓଡ଼ିଶା ପ୍ରଥମ ରାଜ୍ୟ ।