ଭୁବନେଶ୍ୱର ଫାୟାର ଷ୍ଟେସନ ଛକ ନିକଟରେ ଦୁର୍ଘଟଣା: ରାସ୍ତାକଡ଼ରେ ଶୋଇଥିବା ବ୍ୟକ୍ତିଙ୍କ ଉପରେ ଚଢିଗଲା ଗାଡି

ଭୁବନେଶ୍ୱର(କେନ୍ଯୁଜ୍) : ରାସ୍ତାକଡ଼ରେ ଶୋଇଥିବା ବ୍ୟକ୍ତିଙ୍କ ଉପରେ ଚଢିଗଲା ଗାଡି । ଘଟଣାସ୍ଥଳରେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଛି । ଭୁବନେଶ୍ୱର ଫାୟାର ଷ୍ଟେସନ ଛକ ନିକଟରେ ଦୁର୍ଘଟଣା ଘଟିଛି । ମୃତକଙ୍କ ପରିଚୟ ମିଳିପାରିନାହିଁ । ପୋଲିସ ମୃତଦେହକୁ ଉଦ୍ଧାର କରି ମେଡିକାଲକୁ ପଠାଇଛି ।

ଗତକାଲି ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଥିବା ଅନୁମାନ କରୁଛି ପୋଲିସ । ଦୁର୍ଘଟଣା ଘଟାଇଥିବା ଗାଡିର ପତ୍ତା ମିଳିନି । ସିସିଟିଭି ପୁଟେଜ ଆଧାରରେ ଅଧିକ ତଦନ୍ତ କରୁଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.