ଭୁବନେଶ୍ବର(କେନ୍ୟୁଜ୍): ସାଲିଆ ସାହିର ଆଦିବାସୀ ସାହିରେ ହତ୍ୟା କାଣ୍ଡ। ବଚଷାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଖଣ୍ଡ ଯୁଦ୍ଧ ହୋଇଥିଲା। ଖବର ପାଇ ପୋଲିସ ଗୋଟିଏ ପକ୍ଷକୁ ଥାନାରେ ଅଟକ ରଖିଥିବା ବେଳେ ଅନ୍ୟ ପକ୍ଷ ବ୍ୟକ୍ତି ଜଣକ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଥିଲେ।
ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକ ହେଲେ ସୁଶିଲ ହେମ୍ବ୍ରମ। ସୁଶିଲକୁ ଠେଙ୍ଗରେ ମୁଣ୍ଡକୁ ପିଟି ପିଟି ହତ୍ୟା କରିଥିବା ପ୍ରାଥମିକ ଅନୁସନ୍ଧାନରୁ ପୋଲିସ ଜାଣିବାକୁ ପାଇଛି।