ପାରିବାରିକ ବିବାଦ ପାଇଁ ସ୍ତ୍ରୀର ତଣ୍ଟି କାଟିଦେଲା ମଦ୍ୟପ ସ୍ୱାମୀ

ଭଦ୍ରକ(କେନ୍ୟୁଜ୍): ପାରିବାରିକ ବିବାଦ ପାଇଁ ସ୍ତ୍ରୀ ର ତଣ୍ଟି କାଟିଦେଲା ମଦ୍ୟପ ସ୍ୱାମୀ । ଗୁରୁତର ଅବସ୍ଥାରେ ରେ ସ୍ତ୍ରୀ କୁ କଟକ ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିବା ବେଳେ ସ୍ୱାମୀ ଥାନାରେ ଅଟକ ଥିବା ସୂଚନା ମିଳିଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ସାବରଙ୍ଗ ଥାନା ଅଞ୍ଚଳ ବଣିଆ ପଂଚାୟତ କାଞ୍ଚପଡା ଗାଁରେ ।

କାଞ୍ଚପଡା ଗାଁର ଜଗବନ୍ଧୁ ଜେନା ଦୀର୍ଘ ଦିନ ଧରି ନିଜ ପତ୍ନୀ ଗାୟତ୍ରୀ ଜେନାଙ୍କୁ ନିଶାଗ୍ରସ୍ତ ଅବସ୍ଥାରେ ମାନସିକ ଓ ଶାରୀରିକ ଯନ୍ତ୍ରଣା ଦେଇ ଆସୁଥିବା ସୂଚନା ମିଳିଛି । କିଛି ଦିନ ଧରି ଉଭୟଙ୍କ ମଧ୍ୟରେ ବିଭିନ୍ନ କାରଣକୁ ନେଇ ବିବାଦ ଲାଗିରହିଥିଲା । ଏହି ଘଟଣାକୁ ନେଇ ଭୋର ସମୟରେ ଜଗବନ୍ଧୁ ସ୍ତ୍ରୀ ଗାୟତ୍ରୀଙ୍କୁ ଏକ ଧାରୁଆ ମାରଣାସ୍ତ୍ରରେ ତାଙ୍କ ବେକକୁ କାଟି ଦେଇଥିବା ସୂଚନା ମିଳିଛି ।

ଗାୟତ୍ରୀଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଗ୍ରାମବାସୀ ଚିକିତ୍ସା ପାଇଁ ପ୍ରଥମେ ଭଦ୍ରକ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ପରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଏହି ଘଟଣା ପରେ ସାବରଙ୍ଗ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ ସ୍ୱାମୀ ଜଗବନ୍ଧୁକୁ ଅଟକ ରଖି ଅଧିକ ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.