ସମ୍ପତ୍ତି ଆଗରେ ଫିକା ପଡିଲା ରକ୍ତ ସମ୍ପର୍କ: ସାନ ଭାଇର ଖଣ୍ଡା ଚୋଟରେ ବଡ଼ ଭାଇର ମୃତ୍ୟୁ

ବ୍ରହ୍ମପୁର(କେନ୍ଯୁଜ୍): ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ବେଗୁନିଆ ଫାଣ୍ଡି ଜଗତା ସାହିରେ ଘଟିଛି ଏକ ଅଭାବନୀୟ ଘଟଣା । ସମ୍ପତ୍ତି ପାଇଁ ସାନ ଭାଇର ଖଣ୍ଡା ଚୋଟରେ ବଡ଼ ଭାଇର ମୃତ୍ୟୁ ।

ସାନ ଭାଇ ରାଧା ପାଣିଗ୍ରାହୀ ଆଜି ହଠାତ୍ ବଡ଼ ଭାଇ କିଶୋର ପାଣିଗ୍ରାହୀଙ୍କ ଉପରକୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲା । ଫଳରେ ଗୁରୁତର ଆହାତ ହୋଇ ବେଗୁନିଆପଡା ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି

। ରାଧା ହତ୍ୟା କାଣ୍ଡ କରିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଏନେଇ ବେଗୁନିଆପଡ଼ା ଫାଣ୍ଡି ପୋଲିସ ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.