ବାଇକରେ ଆସି କାନ୍ଧରେ ସାଇକେଲ ଧରି ଛୁ, ସିସିଟିଭିରେ କଏଦ ହେଲା ଚୋରଙ୍କ କାରନାମା

ବ୍ରହ୍ମପୁର(କେନ୍ଯୁଜ୍): ବାଇକରେ ଆସି ସାଇକେଲ ଚୋରି। ଫିଲ୍ମି ଷ୍ଟାଇଲରେ ସାଇକେଲକୁ କାନ୍ଧରେ ଧରି ଚମ୍ପଟ ମାରିଲେ ଲୁଟେରା। ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ପୁରା ଚୋରି ଘଟଣା କଏଦ ହୋଇଛି ସିସିଟିଭିରେ।

ବିଳମ୍ବିତ ରାତିରେ ୩ ଜଣ ଯୁବକ ପ୍ରଥମେ ବାଇକ୍‌ରେ ଆସିଥିଲେ। ଏକ ଘର ଆଗରେ ରହି ଚାରିପଟକୁ ଦେଖିବା ପରେ ଚାବି ପଡିଥିବା ସାଇକେଲକୁ ଉଠାଇଥିଲେ। କେହି ନଖିବାର ସୁଯୋଗ ନେି ସାଇକେଲ ଧରି ଚମ୍ପଟ ମାରିଥିଲେ ଚୋର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.