ଆର୍. ଉଦୟଗିରି ଥାନା ସିଆଲଟି କଇଠଢେପ ଗାଁରେ ଯୁବକଙ୍କୁ ହତ୍ୟା ଅଭିଯୋଗ, ପୋଲିସର ତଦନ୍ତ ଜାରି

ମୋହନା(କେ ନ୍ୟୁଜ): ଗଜପତି ଜିଲ୍ଲା ଅନ୍ତର୍ଗତ ଆର୍. ଉଦୟଗିରି ଥାନା ସିଆଲଟି ପଞ୍ଚାୟତ କଇଠଢେପ ଗାଁ ନିକଟରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ମୃତକ ଜଣଙ୍କ ହେଲେ ମାଛଘରା ଗାଁର କାବୁଲା ବଳିଆରସିଂ । ଗତକାଲି କାବୁଲା ଓ ତାଙ୍କ ଭାଇ ଗୋଟିଏ ବାଇକ୍ରେ କୌଣସି କାମରେ କଇଠଢେପ ଗାଁକୁ ଯାଇଥିଲେ । ତେବେ ସେଠାରେ ଉଭୟ କିଛି ଲୋକ ସହ ମିଶି ମଦ ପିଇଥିଲେ । ଗତକାଲି ଅପରାହ୍ନ ସମୟରେ କାବୁଲା ସେହି ଗାଁରେ ଅଟକି ଯାଇଥିବାବେଳେ ସାନ ଭାଇ ଅନ୍ୟ ଏକ ଗାଁକୁ ଫେରିଯାଇଥିଲେ । ତେବେ ସନ୍ଧ୍ୟା ସମୟରେ କାବୁଲାର ମୃତଦେହ ଗାଁ ନିକଟସ୍ଥ ରାସ୍ତାରେ ପଡ଼ିଥିବା

ନେଇ ଜଣେ ଯୁବକ ତାଙ୍କ ପରିବାର କୁ ଖବର ଦେଇଥିବା କାବୁଲାଙ୍କ ବଡ଼ ଭାଇ କହିଛନ୍ତି । ମୃତ କାବଲାଙ୍କ ଶରୀରର ବିଭିନ୍ନ ସ୍ଥାନରେ ପୋଡ଼ା ଚିହ୍ନ ଥିବାବେଳେ ଚମଡା ମଧ୍ୟ ବାହାରି ପଡିଛି । ଏଣୁ ତାଙ୍କୁ ହତ୍ୟା କରି ରାସ୍ତାରେ ପକାଇଥିବା ମୃତକଙ୍କ ଭାଇ ଅଭିଯୋଗ କରିଛନ୍ତି । ଆର. ଉଦୟଗିରି ଥାନା ପୋଲିସ ଘଟଣାର ତଦନ୍ତ କରିବା ସହ ମୃତ କାବଲାଙ୍କ ଭାଇ ଓ କଇଠଢେପ ଗାଁର ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.