ଟ୍ରେନ୍‌ରେ ଶୋଇବା ପାଇଁ ଏମିତି କାମ କଲେ ବ୍ୟକ୍ତି, ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ; ନଜର ପକାନ୍ତୁ

ଯୋଗାଡ଼ ଯନ୍ତ୍ର କରି କାମ କରିବାରେ ଆମ ଭାରତୀୟମାନେ ମାହିର। ଯଦି କୌଣସି କାମ ନ ହେଉଛି, ତେବେ ସେମାନେ ଯେ କୌଣସି ଉପାୟରେ ବି ଯୋଗାଡ଼ କରି କାମ କରି ଦେଇଥାନ୍ତି। ବେଳେବେଳେ ଭାରତୀୟଙ୍କ ଏହି ଯୋଗାଡ଼ ଏତେ ଲୋକପ୍ରିୟ ହୋଇଯାଏ ଯେ ତାହା ସୋସିଆଲ ମିଡିଆରେ ବି ଭାଇରାଲ ହେବାରେ ଲାଗେ। ଏବେ ଜଣେ ବ୍ୟକ୍ତିଙ୍କର ସେଭଳି ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଫଟୋ ଦେଖିଲେ ଆପଣ ବ୍ୟକ୍ତିଙ୍କ ପ୍ରଶଂସା ନ କରି ରହିପାରିବେନି। କାରଣ ଏହି ଫଟୋ ଟିକେ ଭିନ୍ନ।

ଦେଖନ୍ତୁ ଫଟୋ:

ଫଟୋରେ ଜଣେ ବ୍ୟକ୍ତି ଟ୍ରେନ୍‌ରେ ବସି ବସି ଶୋଇଥିବା ଦେଖାଯାଇଛି। କିନ୍ତୁ ତାଙ୍କ ପାଖରେ କୌଣସି ତକିଆ ନାହିଁ। ଏଣୁ ଆରାମରେ ଶୋଇବାକୁ କୌଣସି ଉପାୟ ନ ପାଇ ସେ ନିଜ ମୁଣ୍ଡକୁ ଉପର ର‍୍ୟାକ୍‌ରେ ବାନ୍ଧି ଦେଇଛନ୍ତି। ବ୍ୟକ୍ତି ଜଣକ ଗାମୁଛାର ଗୋଟେ ପଟେ ମୁଣ୍ଡକୁ ବାନ୍ଧିଥିବା ବେଳେ ଅନ୍ୟ ପଟଟି ଟ୍ରେନ୍‌ ସିଟ୍‌ର ଉପର ର‍୍ୟାକ୍‌ରେ ବନ୍ଧା ଯାଇଛି। ଫଳରେ ନିଦରେ ସେ ଆଉ କୌଣସି ଯାତ୍ରୀଙ୍କ ଉପରେ ଆଉଜିବେନି କି ତାଙ୍କ ଯୋଗୁ କାହାକୁ ସମସ୍ୟା ହେବ ନାହିଁ।

ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକମାନେ ଏହି ବ୍ୟକ୍ତିଙ୍କ ଚିନ୍ତାଧାରା ଓ ବୁଦ୍ଧିକୁ ପ୍ରବଳ ପ୍ରଶଂସା କରିଛନ୍ତି। ଟ୍ଵିଟରରେ ଏହି ବ୍ୟକ୍ତିଙ୍କ ଫଟୋକୁ ପୋଲିସ ଅଧିକାରୀ ନବନୀତ୍‌ ସେକେରା @navsekera ସେୟାର କରିଛନ୍ତି। ଫଟୋର କ୍ୟାପସନ୍‌ରେ ସେ ଲେଖିଛନ୍ତି- ଏଭଳି ଯୁଗାଡ଼ ପାଇଁ ମୋ ପାଖରେ ଶବ୍ଦ ନାହିଁ।

ମାତ୍ର କିଛି ସମୟ ଭିତରେ ହିଁ ଏହି ଫଟୋରେ ୩୮ ହଜାରରୁ ଅଧିକ ଲୋକ ଲାଇକ୍‌ କରିଥିବା ବେଳେ ୯୦୦ରୁ ଊର୍ଦ୍ଧ୍ୱ କମେଣ୍ଟ ଆସି ସାରିଲାଣି। ବ୍ୟକ୍ତିଙ୍କର ଏହି ଆଇଡିଆକୁ ଲୋକମାନେ ମଧ୍ୟ ବେଶ୍‌ ପସନ୍ଦ କରୁଛନ୍ତି।

ନଜର ପକାନ୍ତୁ ଆଉ କିଛି ଯୁଗାଡ଼ ଉପରେ:

 

Also Read: ସ୍ତ୍ରୀ ବାପ ଘରୁ ନ ଆସିବାରୁ ଆତ୍ମହତ୍ୟା କଲା ସ୍ୱାମୀ, ୨ ମାସ ତଳେ ହୋଇଥିଲା ବିବାହ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.