ସ୍ତ୍ରୀ ବାପ ଘରୁ ନ ଆସିବାରୁ ଆତ୍ମହତ୍ୟା କଲା ସ୍ୱାମୀ, ୨ ମାସ ତଳେ ହୋଇଥିଲା ବିବାହ

ଉତ୍ତର ପ୍ରଦେଶ : ଶ୍ୱଶୁର ଘରୁ ସ୍ତ୍ରୀ ନ ଫେରିବାକୁ ଆତ୍ମହତ୍ୟା କଲା ସ୍ୱାମୀ। ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶ ଅଲିଗଡ଼ର ଖେର କୋତବାଲୀ ଅଞ୍ଚଳର ଗାଁ ଲୋହାଗଡ଼ରେ। ଏଠାରେ ମାର୍ଚ୍ଚ ୧୮ରେ ଜଣେ ଯୁବକଙ୍କ ବିବାହ ହୋଇଥିଲା। ବିବାହ ପରେ ନବବିବାହିତା ପତ୍ନୀ ତାଙ୍କ ବାପ ଘରକୁ ଯାଇଥିଲେ। କିଛି ଦିନ ବାପ ଘରେ ରହିବା ପରେ ତାଙ୍କ ସ୍ୱାମୀ ତାଙ୍କୁ ଆଣିବାକୁ ଯାଇଥିଲେ। କିନ୍ତୁ ପତ୍ନୀ ଶ୍ୱଶୁର ଘରକୁ ଆସିବାକୁ ମନା କରି ଦେଇଥିଲେ। ଏ ନେଇ ଉଭୟଙ୍କ ଭିତରେ ପ୍ରବଳ ଯୁକ୍ତି ତର୍କ ହୋଇଥିଲା। ଏହା ପରେ ଝିଅର ବାପା ସମୁଦିଙ୍କ ସହ ଫୋନ୍‌ ଯୋଗେ କଥା ହୋଇଥିଲେ। ତା’ ପରେ ଯୁବକ ଜଣକ ସ୍ତ୍ରୀଙ୍କୁ ନ ନେଇ ଏକୁଟିଆ ସେଠାରୁ ଫେରି ଆସିଥିଲେ।

ସ୍ତ୍ରୀଙ୍କ ଠାରୁ ଅଲଗା ହେବା ଦୁଃଖରେ ସେ ଏତେ ମ୍ରିୟମାଣ ହୋଇପଡ଼ିଥିଲେ ଯେ ଆଉ ଘରକୁ ଯିବାକୁ ତାଙ୍କ ଇଚ୍ଛା ନଥିଲା। ଏଣୁ ସେ ରାସ୍ତାରେ ପଡ଼ୁଥିବା ଏକ ଖାଲି ଫ୍ଲାଟ୍‌କୁ ଯାଇ ସେଠାରେ ଦଉଡ଼ି ଦେଇ ଦେଇଥିଲେ। ଏ ନେଇ ଜାଣିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କ ଶବକୁ ଜବତ କରି ପୋଷ୍ଟମର୍ଟମ୍‌ ପାଇଁ ପଠାଇଛନ୍ତି। ଏବେ ପୋଲିସ ମାମଲାର ତଦନ୍ତ କରୁଛି।

ରିପୋର୍ଟ ମୁତାବକ, ଲୋହାଗଡ଼ର ଶାହିଦ (୨୨)ଙ୍କ ବିବାହ ଅଲିଗଡ଼ର ଜଣେ ଯୁବତୀଙ୍କ ସହ ୧୮ ମାର୍ଚ୍ଚ ୨୦୨୨ରେ ହୋଇଥିଲା। ଗାଁ ଲୋକଙ୍କ କହିବାନୁସାରେ, ଶାହିଦଙ୍କ ନବବିବାହିତା ପତ୍ନୀ ବାପ ଘରକୁ ଯାଇଥିଲା। ଶାହିଦ ପତ୍ନୀକୁ ଆଣିବାକୁ ଶ୍ୱଶୁର ଘରକୁ ଯାଇଥିଲେ। କିନ୍ତୁ ସେଠାରେ ସ୍ତ୍ରୀ ଶାଶୁ ଘରକୁ ଆସିବାକୁ ମନା କରିଦେଇଥିଲେ। ସେ ଆଉ ଦିନେ ଦୁଇ ଦିନ ବାପ ଘରେ ରହିବାକୁ ଜିଦ୍‌ କରିଥିଲେ। ଏ ନେଇ ଉଭୟ ପତି ପତ୍ନୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଣୁ ଶାହିଦ ରାଗି ଯାଇ ଏକୁଟିଆ ହିଁ ସେଠାରୁ ଚାଲି ଆସିଥିଲେ। ଘର ଲୋକ ତାଙ୍କୁ କଲ୍‌ କରିବାରୁ ମୋବାଇଲ ବି ସୁଇଚ୍‌ ଅଫ୍‌ ଥିଲା। ଏଣୁ ଘର ଲୋକ ଆଖ ପାଖରେ ଖୋଜିବା ଆରମ୍ଭ କରିଥିଲେ। ବିଳମ୍ବିତ ରାତିରେ ତାଙ୍କ ମୃତ ଦେହ ନିକଟସ୍ଥ ଫ୍ଲାଟରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା। ତେବେ ସ୍ତ୍ରୀ ନ ଆସିବାରୁ ଯୁବକଙ୍କ ଆତ୍ମହତ୍ୟାର ଏଭଳି ମାମଲା ସ୍ଥାନୀୟ ଅଞ୍ଚଳରେ ପ୍ରଥମ। ଏହି ଘଟଣାରେ ଏବେ ପୋଲିସ ତଦନ୍ତ ଚଳାଇଛି।

Also Read: ହଲିଉଡ୍‌ରେ ଡେବ୍ୟୁ କରୁଛନ୍ତି ନଓ୍ଵାଜୁଦ୍ଦିନ୍‌ ସିଦ୍ଦିକି, ଆମେରିକାନ୍‌ ଫିଲ୍ମରେ ହେବେ ହିରୋ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.