Below header

ଦଲାଲର ଅମାନବିକତା : ମାନସିକ ଭିନ୍ନକ୍ଷମ ମହିଳାଙ୍କୁ କରୁଥିଲା ବିକ୍ରି

ଗଞ୍ଜାମ (କେନ୍ୟୁଜ୍) : ମାନସିକ ଭିନ୍ନକ୍ଷମ ମହିଳାଙ୍କୁ ବାହାରେ ବିକ୍ରି କରୁଥିବା ବେଳେ ଗ୍ରାମବାସୀଙ୍କ ହାତରେ ଧରାପଡିଲା ଦଲାଲ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଳକ ଦାନ୍ତିଲିଙ୍ଗୀ ଗ୍ରାମରେ ।

ଏହି ଗାଁର ହରିଜନ ସାହିରେ ବାସ କରନ୍ତି ମା’ ଦାସିନ୍ଦା ନାୟକ ଏବଂ ଝିଅ ସବିତା ନାୟକ । ଏମାନେ ଦୁଇଜଣ ମାନସିକ ଭିନ୍ନକ୍ଷମ । ଏହାର ସୁଯୋଗ ନେଇ ପାଖ ଗାଁର ଯିତୁ ଗୋଚ୍ଛାୟତ ଏବଂ ତାର ମା’ ସବିତାଙ୍କୁ ବିଭିନ୍ନ ପ୍ରସାଧନ ସାମଗ୍ରୀର ପ୍ରଲୋଭନ ଦେଖାଇ ମଧ୍ୟପ୍ରଦେଶରେ ବିକ୍ରି କରିବାକୁ ନେଉଥିଲେ ।

ସନ୍ଧ୍ୟାରେ ଖୋଜାଖୋଜି ପରେ ଗ୍ରାମବାସୀ ଯିତୁକୁ ଆଣି ଗାଁରେ ଥିବା ଇଲେକ୍ଟ୍ରି ଖୁଣ୍ଟିରେ ବାନ୍ଧିଥିଲେ । ଖବର ପାଇ ସୋରଡ଼ା ଆଇଆଇସି ପ୍ରଭାତ ସାହୁ ସେଠାରେ ପହଞ୍ଚି ଯିତୁ ଓ ତାର ମା’କୁ ଉଦ୍ଧାର କରି ଥାନାକୁ ଆଣିଥିଲେ । ତେବେ ମାନସିକ ଭିନ୍ନକ୍ଷମ ମହିଳା ପ୍ରତି ଏଭଳି ବ୍ୟବହାର ଗାଁରେ ଚହଳ ସୃଷ୍ଟି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.