Below header

କଂଗ୍ରେସରୁ ପ୍ରାର୍ଥୀ ହେବେ ନାହିଁ ବୋଲି ସାନପୁଅ ମନ୍ମଥଙ୍କ ବୟାନ ପରେ ରାଜନୀତି ଜୋର

କଂଗ୍ରେସରୁ ପ୍ରାର୍ଥୀ ହେବେ ନାହିଁ ବୋଲି ସାନପୁଅ ମନ୍ମଥଙ୍କ ବୟାନ ପରେ ଆଜି ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ସୁରେଶ ରାଉତରାୟ। କହିଛନ୍ତି ମୁଁ କହୁଛି ମୋ ପୁଅ କଂଗ୍ରେସରୁ ହିଁ ଲଢିବ । ଗତକାଲି ସୁରଙ୍କ ସାନ ପୁଅ ମନ୍ମଥ ରାଉତରାୟ ବୟାନ ରଖିଥିଲେ ସେ କଂଗ୍ରେସରୁ ଲଢିବେ ନାହିଁ ।

କଂଗ୍ରେସରୁ ପ୍ରାର୍ଥୀ ହେବେ ନାହିଁ ବୋଲି ସାନପୁଅ ମନ୍ମଥଙ୍କ ବୟାନ ପରେ ଆଜି ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ସୁରେଶ ରାଉତରାୟ। କହିଛନ୍ତି ମୁଁ କହୁଛି ମୋ ପୁଅ କଂଗ୍ରେସରୁ ହିଁ ଲଢିବ । ଗତକାଲି ସୁରଙ୍କ ସାନ ପୁଅ ମନ୍ମଥ ରାଉତରାୟ ବୟାନ ରଖିଥିଲେ ସେ କଂଗ୍ରେସରୁ ଲଢିବେ ନାହିଁ । ଏହି ଖବର ଶୁଣିବା ପରେ ମୋତେ ଆଘାତ ଦେଇଥିବା କହିଥିଲେ ସୁର । ସଙ୍ଗେସଙ୍ଗେ ଡାକି ତାଗିଦ୍ କରିବା ସହ ଜଟଣୀରୁ କଂଗ୍ରେସ ଆସନରୁ ନିଶ୍ଚିତ ଲଢିବେ ବୋଲି ସୁର ଦୃଢକ୍ତି କରିଛନ୍ତି ।

ହେଲେ ଏପଟେ ସୁର ରାଉତରାୟ କହିଛନ୍ତି ‘ ମୁଁ ଯାହା କହିବି ପୁଅ ମାନିବ ‘। ଯଦି ସେ ଦଳର ନିୟମ ଭାଙ୍ଗେ ତେବେ ତାକୁ ସସ୍ପେଣ୍ଡ କର ବୋଲି ମୁଁ କହିଛି । ଏପଟେ ମନ୍ମଥ କହିଛନ୍ତି ଯେ ମୁଁ ଲୋକଙ୍କ ମତକୁ ସମ୍ମାନ ଦିଏ । ମୁଁ ସବୁ ଲୋକଙ୍କ ସହ ମିଶିବା ପରେ କଂଗ୍ରେସରୁ ଠିଆ ନହେବାକୁ ମତ ପାଇଥିଲି । ତେବେ ଆର ମାସରେ ମୁଁ କେଉଁ ଦଳରୁ ଠିଆ ହେବି ତାହା ଘୋଷଣା କରିବି ବୋଲି କହିଛନ୍ତି ମନ୍ମଥ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.