ଥିଲା ୨୦୦ ଆଉ ଏବେ କିଲୋ ୪ ଟଙ୍କାରେ ବି ଲୋକେ ନେଉ ନାହାନ୍ତି, ଇଏ ଟମାଟୋ କାହାଣୀ

କେଇ ଦିନ ତଳେ ଯାହାର ଦାମ୍‌ ଥିଲା ୨୦୦ ଆଜି କିଲୋ ୪ ଟଙ୍କା, ଟମାଟୋ

ନୂଆଦିଲ୍ଲୀ : କେଇଦିନ ତଳେ ରୋଷେଇ ଘରେ ଦେଖିବାକୁ ମିଳୁ ନଥିଲା । ଦର ଏତେ ଉଚ୍ଚା ଥିଲା ଯେ ଲୋକେ ତା ନାଁ ଶୁଣିଲେ ବାପ୍‌ରେ ବୋଲି କହୁଥିଲେ । ପରିସ୍ଥିତି ଏମିତି ହେଲା ଯେ କେଉଁଠି ଟମାଟୋ ପାଇଁ ମାଡ଼ଗୋଳତ ଆଉ କେଉଁଠି ଟମାଟୋ ଚୋରି ହୋଇଗଲା । ହେଲେ ସେଇ ଜିନିଷଟି ଏବେ ରାସ୍ତାରେ ଅଲେଡ଼ା ହୋଇ ଗଡୁଛି । ଆଜ୍ଞା, ଆମେ କହୁଛୁ ଟମାଟୋ କଥା । କିଛି ଦିନ ତଳେ ଟମାଟୋ ଦାମ୍‌ ପହଞ୍ଚିଥିଲା ୨୦୦ ଟଙ୍କାରେ । ଲୋକଙ୍କ ନିତିଦିନିଆ ପରିବା ବ୍ୟାଗ ଓ ଗୃହିଣୀଙ୍କ ଫ୍ରିଜ୍‌ରୁ ପୂରା ଗାଏବ ହୋଇଯାଇଥିଲା ଏହି ପରିବା । ହେଲେ ଏବେ ଚାଷୀ ତାକୁ ରାସ୍ତାରେ ଗଡ଼ାଇ ଦେଇଛନ୍ତି ।

ବର୍ତ୍ତମାନ ଆନ୍ଧ୍ର ପ୍ରଦେଶରେ ଟମାଟୋ କିଲୋ ମାତ୍ର ୪ ଟଙ୍କା । ବିଶ୍ୱାସ ହେଉନି ନା ? ଆମର ଏଠି ଏବେ ୩୦ରୁ ୫୦ ଟଙ୍କା କିଲୋରେ ଟମାଟୋ ବିକ୍ରି ହେଉଛି । ହେଲେ ଆନ୍ଧ୍ରରେ ଏବେ ଏଭଳି ସ୍ଥିତି । ୪ ଟଙ୍କାରେ ବିକ୍ରି କରି ଚାଷୀ ତ ଲାଭ ପାଉନି । ତା ସହିତ ଗରାଖ ମଧ୍ୟ ତାକୁ ଅନାଉ ନାହାନ୍ତି । ତେଣୁ ଚାଷୀମାନେ ଟମାଟୋ ସବୁକୁ ରାସ୍ତାରେ ଗଡ଼ାଇ ନଷ୍ଟ କରି ଦେଉଛନ୍ତି ।

ଆନ୍ଧ୍ର ପ୍ରଦେଶର କୁରନୁଲ ଜିଲ୍ଲାରେ ଟମାଟୋ ମାତ୍ର ୪ ଟଙ୍କା କିଲୋରେ ବିକ୍ରି ହେଉଛି । ଫଳରେ ଚାଷୀଙ୍କ ଖର୍ଚ୍ଚ ବି ଉଠୁ ନାହିଁ । ତେଣୁ ସେମାନେ ଟମାଟୋ ସବୁକୁ ରାସ୍ତା ଉପରେ ଫିଙ୍ଗି ଦେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.