ରାଜପଥରେ ପୋଷ୍ଟର ମାରି ପୁଣି ସ୍ଥିତି ଜାହିର କଲେ ମାଓବାଦୀ

ଉମରକୋଟ(କେନ୍ୟୁଜ୍):ପୁଣି ପୋଷ୍ଟର ମାରି ସ୍ଥିତି ଜାହିର କଲେ ମାଓବାଦୀ । ନବରଙ୍ଗପୁରର ଜାତୀୟ ରାଜପଥରେ ପୋଷ୍ଟର ମାରି ସ୍ଥିତି ଜାହିର କରିଛନ୍ତି ମାଓବାଦୀ । ରାୟଗଡର ପଡୋଶୀ ଛତିଶଗଡରୁ ରାୟପୁରକୁ ସଂଯୋଗ କରୁଥିବା ଜିଲ୍ଲାର ରାଇଘର ବ୍ଲକର ଯୋଡିଗାଁ ରାଜପଥରେ ପୋଷ୍ଟର ଲଗାଇଛନ୍ତି ମାଓବାଦୀ ।

ପୋଷ୍ଟର ଦେଖି ଭୟଭୀତ ଅଛନ୍ତି ସ୍ଥାନୀୟ ବାସିନ୍ଦା । ତେବେ କେଉଁ ସଙ୍ଗଠନ ପକ୍ଷରୁ ପୋଷ୍ଟର ଲଗାଯାଇଛି, ତାହା ସ୍ପଷ୍ଟ ହୋଇନି । ପୋଲିସ ଗୁଳରେ ପ୍ରାଣ ହରାଇଥିବା ନକ୍ସଲଙ୍କୁ ପୋଷ୍ଟର ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଖବର ପାଇ ପୋଲିସ ପହଞ୍ଚି ପୋଷ୍ଟର ଜବତ କରିବା ପରେ ଯାତାୟାତ ସ୍ୱାଭାବିକ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.