ଲାଲଗଡ଼ରେ ପୁଣି ମାଓ ଆତଙ୍କ: ଭୟରେ ଗାଁ ଛାଡ଼ିଲେ ଗୋଟିଏ ପରିବାରର ପାଞ୍ଚଜଣ, ବିନା ଦୋଷରେ ପୋଲିସ ଇନଫର୍ମର କହି ନିର୍ଧୁମ ମାଡ଼

ମାଲକାନଗିରି:ଲାଲଗଡ଼ରେ ପୁଣି ମାଓ ଆତଙ୍କ। ମାଓବାଦୀଙ୍କ ଭୟରେ ଗାଁ ଛାଡ଼ିଲେ ଗୋଟିଏ ପରିବାରର ପାଞ୍ଚଜଣ। ବିନା ଦୋଷରେ ପୋଲିସ ଇନଫର୍ମର କହି ନିର୍ଧୁମ ମାଡ଼ ମାରିବା ପରେ ଗୋଟିଏ ପରିବାରକୁ ଗାଁକୁ ତଡ଼ି ଦେଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ମାଥିଲି ଥାନା ତୁଳସୀ ପାହାଡ଼ ଠାରେ। ଏପରିକି ପରିବାରର ଦିବ୍ୟାଙ୍ଗ ପୁଅ ଓ ୮୦ବର୍ଷର ବୃଦ୍ଧାଙ୍କୁ ମଧ୍ୟ ମାଓବାଦୀ ଦୟା ଦେଖାଇନାହାନ୍ତି। ଭିଟାମାଟି ଛାଡ଼ି ବାରଦୁଆର ଶୁଣ୍ଢିପିଣ୍ଡା ଭଳି ବୁଲୁଛନ୍ତି ପରିବାର। ତେବେ ଧାକଡ଼ାରାସି ଗାଁ ଲୋକେ ସେମାନଙ୍କୁ ସାହାରା ଦେବା ପରେ ଏବେ ଜରିଛପର ଘରେ କାଳ କାଟୁଛନ୍ତି ଅସହାୟ ପରିବାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.