ଲାଲ୍‌ବାହିନୀଙ୍କ ଆକ୍ରମଣ ଯୋଜନା ପଣ୍ଡ; ସର୍ଚ୍ଚ ଅପରେସନ୍‌ ବେଳେ ଠାବ ହେଲା ଲ୍ୟାଣ୍ଡମାଇନ୍‌

ମାଲକାନଗିରି (କେନ୍ୟୁଜ): ଲାଲ୍‌ବାହିନୀଙ୍କ ଆକ୍ରମଣ ଯୋଜନା ପଣ୍ଡ। ସର୍ଚ୍ଚ ଅପରେସନ୍‌ ବେଳେ ଠାବ ହେଲା ଲ୍ୟାଣ୍ଡମାଇନ୍‌। ଫଳରେ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକ୍‌ମା ଜିଲ୍ଲାରେ ମାଓବାଦୀଙ୍କ ଏଭଳି ବଡ ଧରଣର ଯୋଜନାକୁ ପଣ୍ଡ କରିଛି ପୋଲିସ। କିସ୍ଥାରାମ ଜଙ୍ଗଲରେ ପୋଲିସକୁ ଟାର୍ଗେଟ୍‌ କରି ଲ୍ୟାଣ୍ଡମାଇନ୍‌ ଖଞ୍ଜିଥିଲେ ମାଓବାଦୀ।

ତେବେ CRPF ଯବାନ୍‌ ସର୍ଚ୍ଚ ଅପରେସନ୍‌ ବେଳେ ଏହାକୁ ଠାବ କରିଥିଲେ। ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ବଡ଼ ବଡ଼ ଗାଡିକୁ ୨୦ରୁ ୩୦ ଫୁଟ ଉପରକୁ ଉଡ଼ାଇ ପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.